ମଦ ଦୋକାନ ସ୍ଥାନାନ୍ତର ଦାବି ଜୋର୍‌ ଧରିଲା : ରାସ୍ତା ଅବରୋଧ କଲେ ମହିଳା

କଣାସ/ଗଡ଼ିଶାଗୋଦା : ମଦ ଦୋକାନ ସ୍ଥାନାନ୍ତର ଦାବିରେ କଣାସ ଥାନା ବିଜିପୁର ବଜାରଠାରେ ଆଜି ମହିଳାମାନେ ଦୀର୍ଘ ସମୟ ଧରି ନୂଆ ଜଗନ୍ନାଥ ସଡ଼କକୁ ଅବରୋଧ କରିବା ଫଳରେ ଗାଡ଼ି ଚଳାଚଳ ଠପ୍ ହୋଇ ଯାଇଥିଲା।

ଘଟଣାସ୍ଥଳରେ କଣାସ ଥାନା ଆଇଆଇସି ସୁଶାନ୍ତ କୁମାର ବେହେରା ଓ କଣାସ ଅତିରିକ୍ତ ତହସିଲଦାର ସହଦେବ ସାହୁ ପହଞ୍ଚି ମହିଳାମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ହେଲେ ଆନ୍ଦୋଳନକାରୀମାନେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ପରେ ଜିଲ୍ଲାପାଳଙ୍କୁ ଘଟଣା ସଂପର୍କରେ ଅବଗତ କରାଯାଇଥିଲା। ୧୫ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ମହିଳାମାନେ ଆନ୍ଦୋଳନରୁ ହଟିଥିଲେ। କଲ୍ୟାଣୀ ମହିଳା ସମିତିର କର୍ମକର୍ତ୍ତା ବିନୋଦିନୀ ପରିଡା, ରଶ୍ମିତା ବିଶ୍ବାଳ, ଜୟଶ୍ରୀ ପରିଡା, ଉଷାରାଣୀ ଜେନା, ସଂଯୁକ୍ତା ଜେନା, ସୁଜାତା ଜେନା, ସୁନୀତା ଜେନା ପ୍ରମୁଖ ଆନ୍ଦୋଳନର ନେତୃତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର