ରାଜନଗର: ରାଜନଗର ଥାନା ହାତୀନା ଗାଁର ଛବିନ୍ଦ୍ର ରାଉତଙ୍କ ସ୍ତ୍ରୀ କନକଲତା(୨୫) ଗତ ୨୯ ତାରିଖ ସଂଧ୍ୟାରେ ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି। ଗତ ଜୁଲାଇ ୨ ତାରିଖରେ ସେ ବିବାହ କରିଥିଲେ। ୫ ଦିନ ତଳେ ଦଶହରା ପାଇଁ ବାପଘରକୁ ଯାଇଥିଲେ। ଏହି ଥାନା ଅନ୍ତର୍ଗତ ଚନ୍ଦ୍ରଶିଖର ଗାଁ କନକଲତାଙ୍କ ବାପଘର। ୨୯ ତାରିଖ ଅପରାହ୍ନ ୫ଟାରେ ଘରଠାରୁ ଶହେ ମିଟର ଦୂରରେ ଥିବା ପୋଖରୀକୁ ଶୌଚ ହେବା ପାଇଁ ଯାଇ ଆଉ ଫେରିନଥିଲେ। ପରିବାର ଲୋକେ ଖୋଜାଖୋଜି ପରେ ରାତି ପ୍ରାୟ ୮ଟା ରେ ପୋଖରୀରେ ଭାସୁଥିବା ଦେଖିବାକୁ ପାଇଥିଲେ। ପରିବାର ଲୋକେ ତାଙ୍କ ଉଦ୍ଧାର କରି ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। କନକଲତାଙ୍କ ଦାଦା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
ପୋଖରୀରେ ବୁଡ଼ି ମହିଳା ମୃତ
/sambad/media/post_attachments/wp-content/uploads/2017/10/sinking.jpg)