ଜମନକିରା: ଜମନକିରା ବ୍ଲକ୍‌ ଫାଶିମାଲ ପଂଚାୟତ ମହକୁମା ଖଲିଆଗୁଡା ପଡ଼ାର ମହେନ୍ଦ୍ର ବନଛୋରଙ୍କ ସ୍ତ୍ରୀ ମୀନା ବନଛୋର (୪୦) ନିଆଁରେ ପୋଡ଼ି ଗୁରୁତର ହୋଇଛନ୍ତି। ଶୁକ୍ରବାର ସକାଳେ ସେ ଚୁଲି ଜାଳୁଥିବା ବେଳେ ତାଙ୍କ ଶାଢ଼ିରେ ନିଆଁ ଲାଗି ଯାଇଥିଲା। ତାଙ୍କର ଶରୀର ପ୍ରାୟ ୬୦ ପ୍ରତିଶତ ପୋଡ଼ି ଯାଇଥିବା କୁହାଯାଉଛି।

Advertisment

ଏହି ସମୟରେ ତାଙ୍କ ୪ ବର୍ଷୀୟ ପୁତ୍ର ବ୍ୟତୀତ ଘରେ ଆଉ କେହି ନଥିଲେ। ପରେ ପରିବାର ଲୋକେ ଜାଣିବା ପରେ ଫାଶିମାଲ ଡାକ୍ତରଖାନାକୁ ନେଇଥିଲେ। ସେଠାରୁ ବୁର୍ଲା ଭିମ୍‌ସାରକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି।