ଫୁଲବାଣୀ : କନ୍ଧମାଳ ଟିକାବାଲି ବ୍ଳକ ଛତିଝର ଗାଁକୁ ଦୋଳଯାତ୍ରା ପାଇଁ ଆସିଥିଲା ତ୍ରିପୁରା ରାଜ୍ୟର ମୀନାବଜାର। ହେଲେ କରୋନା ଲକ୍ ଡାଉନ ପାଇଁ ମୀନାବଜାର କର୍ମଚାରୀ ନିଜ ରାଜ୍ୟକୁ ଯିବା ସମ୍ଭବ ହେଲା ନାହିଁ। ଯାହା କିଛି ରୋଜଗାର ହୋଇଥିଲା ତାହା ଶେଷ ହେବାକୁ ବସିଲାଣି। ପାଖରେ ଖାଇବାକୁ ଟଙ୍କା ନାହିଁ। ଏଭଳି ସ୍ଥଳେ ୨-୩ ଦିନ ହେଲା ଓଳିଏ ଖାଇ ଓଳିଏ ଉପାସରେ ରହୁଥିବା ମୀନାବଜାର କର୍ମଚାରୀଙ୍କ ମୁହଁରେ ଆହାର ଯୋଗାଇ ଟିପାରିଗାଁର ମା’ବୃନ୍ଦାବତୀ ଏସଏଜି ଗ୍ରୁଫ୍। ଯୁବ ସମାଜସେବୀ ବୁଲୁ ଦିଗାଲଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଗ୍ରୁଫର ସଭାନେତ୍ରୀ ରହେଲି ଦିଗାଲ ଓ ସମ୍ପାଦିକା ପଲମିନି ଦିଗାଲଙ୍କ ନେତୃତ୍ବରେ ସବୁ ସଦସ୍ୟ ମୀନାବଜାର କର୍ମଚାରୀଙ୍କୁ ରନ୍ଧାଖାଦ୍ୟ ଦେଇଛନ୍ତି। ଲକ୍ ଡାଉନ ଉଠିବା ଯାଏ ମୀନାବଜାର କର୍ମଚାରୀଙ୍କୁ ସବୁ ପ୍ରକାର ସାହାଯ୍ୟ କରାଯିବ ବୋଲି ସଭାନେତ୍ରୀ କହିଛନ୍ତି। ଭୋକିଲା ମୁହଁ ଦାନା ଦେଇଥିବାରୁ କର୍ମଚାରୀମାନେ ଏସଏଜି ଗ୍ରୁଫ ସଦସ୍ୟାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଭୋକିଲାଙ୍କୁ ଆହାର ଯୋଗାଇଲା ଏସଏଜି ଗ୍ରୁଫ୍, ତ୍ରିପୁରା ମୀନାବଜାର କର୍ମଚାରୀଙ୍କୁ ମିଳିଲା ରନ୍ଧାଖାଦ୍ୟ
/sambad/media/post_attachments/wp-content/uploads/2020/04/plbapl15-sag-group.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)