ପଦ୍ମପୁର: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ଜଗଦଲପୁର ଥାନା ଅଧୀନସ୍ଥ ଜଟେଶିରା ଗାଁର ବିବାହିତା ମହିଳା କୁନ୍ତି ସତନାମୀ (୨୫) ଆତ୍ମହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଛି। ଯୌତୁକ ଯୋଗୁଁ ତାଙ୍କ ଝିଅକୁ ମାରି ଦିଆଯାଇଥିବା ବାପଘର ଲୋକେ ଅଭିଯୋଗ କରିଛନ୍ତି।
ମେଲଛାମୁଣ୍ତା ଥାନା ସାଲେପାଲି ଗ୍ରାମର କୁନ୍ତି ଚାରି ବର୍ଷ ତଳେ ଜଟେଶିରାର ରୋହିଦାସ ସତନାମୀଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ତାଙ୍କର ଦୁଇଟି ପୁଅ ଅଛନ୍ତି। କୌଣସି କାରଣବଶତଃ ଘରେ କେହି ନଥିବା ବେଳେ ସେ ବେକରେ ଶାଢ଼ି ଲଗାଇ ଆତ୍ମହତ୍ୟା କରିଥିଲେ। ଅଭିଯୋଗ ପାଇ ଥାନାଧିକାରୀ ସୁଷମା କୁଅଁର ଓ ସହକର୍ମୀ ଘଟଣାସ୍ଥଳକୁ ପହଂଚି ଥିଲେ। ସାଇଣ୍ଟିଫିକ ଟିମ୍ ଓ ମାଜିଷ୍ଟ୍ରେଟ ଉପସ୍ଥିତିରେ ମୃତକର ପଂଚନାମା କରି ବ୍ୟବଛେଦ ପାଇଁ ପୁଲିସ ପଠାଇଥିଲେ। ଖବର ପାଇ ସାଲେପାଲି ଗ୍ରାମର କୁନ୍ତିଙ୍କ ବାପା ଓ ସଂପର୍କୀୟମାନେ ଆସି ଯୌତୁକ ପାଇଁ ତାଙ୍କ ଝିଅକୁ ହତ୍ୟା କରିଥିବା ଥାନାରେ ଅଭିଯୋଗ କରିଥିଲେ। ହତ୍ୟା ସନ୍ଦେହର ଅଭିଯୋଗ କରିଥିବାରୁ ଘଟଣାକୁ ଗୁରୁତର ସହ ତଦନ୍ତ କରୁଥିବା ଥାନାଧିକାରୀ ସୁଷମା କୁଅଁର ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/hang.jpg)