ଯୁବତୀଙ୍କ ଆତ୍ମହତ୍ୟା!   

ସମ୍ବଲପୁର: ସଦର ଥାନା ରାସନପୁରର ଜଣେ ଯୁବତୀ ରବିବାର ଆତ୍ମହତ୍ୟା କରିଥିଲେ। ତେବେ ମଙ୍ଗଳବାର ଗ୍ରାମବାସୀ ସଦର ଥାନା ଘେରାଉ କରିବା ସହ ନ୍ୟାୟ ଦାବିରେ ଧାରଣାରେ ବସିଥିଲେ। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଯୁବତୀଙ୍କର ବିନିକା ଅଞ୍ଚଳରେ ବିବାହ ଠିକ୍‌ ହୋଇଥିଲା। ତେବେ ହଠାତ୍‌ ଯୁବକ ଜଣକ ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ।

ବିନିକା ଅଞ୍ଚଳର ଜଣେ ମହିଳା ପୁଅ ଘର ଲୋକଙ୍କୁ ମିଛ କହି ବାହାଘର ଭାଙ୍ଗି ଦେଇଥିବାରୁ ଯୁବତୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ ବୋଲି ଗ୍ରାମବାସୀ ଅଭିଯୋଗ ଆଣିବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ବୁଝାସୁଝା ପରେ ଲୋକେ ଧାରଣାରୁ ଉଠିଥିଲେ।

ସମ୍ବନ୍ଧିତ ଖବର