ବ୍ରଜରାଜନଗର: ବ୍ରଜରାଜନଗର ଥାନା ହରିଓମ ବିହାରର ପଞ୍ଚମୀ ହରିପାଲ (୪୦ ବର୍ଷ) ଶୁକ୍ରବାର ଆତ୍ମହତ୍ୟା କରିଛନ୍ତି। ଅବିବାହିତା ଥିବା ପଞ୍ଚମୀ ନିଜ ଘରେ ବେକରେ ଓଢ଼ଣି ବାନ୍ଧି ଆତ୍ମହତ୍ୟା କରିଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ମଣ୍ଡଳିଆ କେନ୍ଦ୍ରୀୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି।

Advertisment

ବ୍ରଜରାଜନଗର ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଏ ନେଇ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଛି।