ନୀଳଗିରି: ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ୍‌ ଅନ୍ତର୍ଗତ ନରସିଂହପୁର ଗ୍ରାମର ବିନାୟକ ଦାଶଙ୍କ ବାଡ଼ିରେ ଏକ ଲାଉ ଗଛ ହୋଇଛି। ଏହାର ଗୋଟିଏ ଡାଳରେ କେବଳ ୫୦ଟି ଲାଉ ଫଳିଥିବା ଦେଖିବାକୁ ମିଳିଛି। ତେବେ ଗୋଟିଏ ଡାଳରେ ଏକାଥରକେ ଏତେ ଫଳ ଫଳିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ତେଣୁ ଲୋକମାନଙ୍କର ଭିଡ ଜମୁଛି। ଅନେକ ଲୋକ ଲାଉ ସହ ସେଲ୍‌ଫି ନେଉଥିବା ଦେଖିବାକୁ ମିଳିଛି। ଆଜି ବିନାୟକଙ୍କ ଘରକୁ ଯାଇ କିଛି ମହିଳା ଲାଉ ସହ ସେଲ୍‌ଫି ନେଇଛନ୍ତି।

Advertisment

ସୂଚନାଯୋଗ୍ୟ, ଲାଉ ଏକ ଭଲ ପରିବା। ଏହି ପରିବାକୁ ତରକାରୀ କରାଯାଇଥାଏ। ଲାଉକୁ ବ୍ୟବହାର କରି ପିଠା ମଧ୍ୟ ପ୍ରସ୍ତୁତ ହୋଇଥାଏ। ଲାଉରୁ ପ୍ରସ୍ତୁତ ଖାଦ୍ୟ ଖାଇବା ଦ୍ବାରା ମସ୍ତିସ୍କ ଠିକ ରହେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦିଅନ୍ତି। ତେଣୁ ଲାଉର ଚାହିଦା ସବୁବେଳେ ରହି ଆସୁଛି। ବଜାରରେ ଏହା କିଲୋ ପିଛା ୨୦ରୁ ୪୦ ଟଙ୍କାରେ ବିକ୍ରି ହୋଇଥାଏ।

publive-image