ବିଶ୍ୱ ମହିଳା ଦିବସ : ଖୋର୍ଦ୍ଧା ରୋଡ-ପଲାସା ମଧ୍ୟରେ ମହିଳାଙ୍କ ଚାଳିତ ସ୍ୱତନ୍ତ୍ର ମାଲ୍‌ବାହୀ ଟ୍ରେନ୍‌

ମହିଳାଙ୍କ ପାଇଁ ଛାଡ଼ ‌ହେଲା ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ

ଭୁବନେଶ୍ୱର : ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ପାଳନ ଅଭିଯାନକୁ ସ୍ମରଣୀୟ କରିବା ପାଇଁ ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ ରେଳମଣ୍ଡଳ ପକ୍ଷରୁ କେବଳ ମହିଳା ଲୋକୋ ପାଇଲଟ, ସହାୟକ ଲୋକୋ ପାଇଲଟ ଓ ଟ୍ରେନ ଗାର୍ଡଙ୍କୁ ନେଇ ସ୍ୱତନ୍ତ୍ର ମାଲ୍‌ବାହୀ ଟ୍ରେନ ଖୋର୍ଦ୍ଧା ରୋଡଠାରୁ ପଲାସା ମଧ୍ୟରେ ଚଳାଚଳ କରିଛି।

ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ ରେଳମଣ୍ଡଳ ପକ୍ଷରୁ ମାର୍ଚ୍ଚ ପହିଲାଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଅଭିଯାନ ପାଳନ କରାଯାଉଛି। ଏହାକୁ ସ୍ମରଣୀୟ କରିବା ପାଇଁ ଖୋର୍ଦ୍ଧା ରୋଡ ରେଳମଣ୍ଡଳ ପକ୍ଷରୁ ଖୋର୍ଦ୍ଧା ରୋଡଠାରୁ ପଲାସା ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ମାଲ୍‌ବାହୀ ଟ୍ରେନ ଚଳାଚଳ କରାଯାଇଥିଲା। ଯେଉଁଥିରେ କେବଳ ମହିଳା କର୍ମଚାରୀମାନେ ଯଥା ମହିଳା ଲୋକୋ ପାଇଲଟ, ସହାୟକ ଲୋକୋ ପାଇଲଟ ଓ ଟ୍ରେନ ଗାର୍ଡ ମାନଙ୍କ ଦ୍ୱାରା ପରିଚାଳିତ ହୋଇଥିଲା। ଏହି ଟ୍ରେନ ଶୁକ୍ରବାର ଖୋର୍ଦ୍ଧା ରୋଡଠାରୁ ପୂର୍ବାହ୍ନ ୧୦ଟା ୩୦ରେ ଛାଡ଼ି ପଲାସାଠାରେ ସଂଧ୍ୟା ୫ଟା ୩୦ରେ ପହଞ୍ଚିଥିଲା। ଫେରିବା ପଥରେ ମହିଳାମାନଙ୍କ ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ମାଲ୍‌ବାହୀ ଟ୍ରେନ ଶନିବାର ପଲାସାଠାରୁ ସକାଳ ୫ଟା ୪୫ରେ ଖୋର୍ଦ୍ଧା ରୋଡ ଅଭିମୁଖେ ଯାତ୍ରା କରିଥିଲା। ମହିଳାଙ୍କ ଦ୍ୱାରା ପରିଚାଳିତ ଏହି ସ୍ୱତନ୍ତ୍ର ମାଲ୍‌ବାହୀ ଟ୍ରେନରେ ମହିଳା ଲୋକୋ ପାଇଲଟ ମୁନ୍ନି ଟିଗା, ସହାୟକ ଲୋକୋ ପାଇଲଟ ରାଜେଶ୍ୱରୀ ବିଶ୍ୱାଳ ଓ ଟ୍ରେନ ଗାର୍ଡ ରେବତୀ ସିଂହ ପରିଚାଳନା କରିଥିଲେ। ମହିଳା ଟ୍ରେନ କର୍ମଚାରୀଙ୍କ ପାଇଁ ଖୋର୍ଦ୍ଧା ରୋଡ ରେଳମଣ୍ଡଳ ପକ୍ଷରୁ ପଲାସା ଷ୍ଟେସନଠାରେ ରନିଙ୍ଗ ରୁମର ବ୍ୟବସ୍ଥା କରାଯାଇଥିଲା। ମହିଳା ଟ୍ରେନ କର୍ମଚାରୀଙ୍କ ବିଶ୍ରାମ ନେବା ପାଇଁ ରେଳମଣ୍ଡଳ ପକ୍ଷରୁ ବିଭିନ୍ନ ଷ୍ଟେସନରେ ରନିଙ୍ଗ ରୁମର ବ୍ୟବସ୍ଥା ମଧ୍ୟ କରାଯାଇଛି।

NativePlanet

ମହିଳାଙ୍କ ପାଇଁ ଛାଡ଼ ‌ହେଲା ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ
କୋଣାର୍କ : ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଆଜି ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସିଥିବା ଦେଶ ଓ ଦେଶ ବାହାରର ହଜାର ହଜାର ମହିଳା ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି। ଫଳରେ ମହିଳା ପର୍ଯ୍ୟଟକମାନେ ବିନା ପ୍ରବେଶ ଶୁଳ୍କରେ ମନ୍ଦିର ପରିଦର୍ଶନ କରିଥିଲେ। ଏହି ପଦକ୍ଷେପ ପାଇଁ ମହିଳାମାନେ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିଛନ୍ତି।

ପ୍ରଥମଥର ପାଇଁ ମହିଳା ଦିବସ ଅବସରରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ବିଶ୍ବ ଐତିହ୍ୟସ୍ଥଳୀକୁ ମହିଳାମାନେ ବିନା ଶୁଳ୍କରେ ପ୍ରବେଶ କରିବାର ସୁଯୋଗ ଦିଆଯାଇଥିଲା।

ସମ୍ବନ୍ଧିତ ଖବର