ମତଦାନ ପ୍ରକ୍ରିୟାର ଭିନ୍ନ ଏକ ଚିତ୍ର : ଆଗରେ ମହିଳା, ପଛୁଆ ଅଞ୍ଚଳ

ଭୁବନେଶ୍ବର : ୨୦୧୧ ଜନଗଣନା ଅନୁସାରେ ନବରଙ୍ଗପୁରରେ ପୁରୁଷ ସାକ୍ଷରତା ହାର ହାରାହାରି ୬୮%। ମହିଳା ସାକ୍ଷରତା ହାର ୩୮%। ଏହାଠାରୁ େଢର୍ ଅଧିକ ଶିକ୍ଷିତ ଅଛନ୍ତି ବ୍ରହ୍ମପୁରରେ। ଏଠାରେ ସାକ୍ଷରତା ହାର ୮୯.୨୬%। ହେଲେ ପ୍ରଥମ ପର୍ଯ୍ୟାୟ ମତଦାନକୁ ନିରେଖି ଦେଖିଲେ ସୂଚନା ମିଳୁଛି େଯ ନବରଙ୍ଗପୁର େଲାକସଭା ଆସନର େଭାଟର ବ୍ରହ୍ମପୁର ଭଳି ଶିକ୍ଷିତ େଭାଟରଠାରୁ ମତଦାନ େକ୍ଷତ୍ରରେ ଅଧିକ ସଚେତନ। ଏପରିକି ନିର୍ବାଚନ କମିସନ ଏଥର ମତଦାନ ହାର ବୃଦ୍ଧି ପାଇଁ କାର୍ଯ୍ୟକ୍ରମ ହାତକୁ ନେଇଥିଲେ। ନିର୍ବାଚନ ପ୍ରକ୍ରିୟାରେ ସାମିଲ େହବାଲାଗି େଖାଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ ମଧ୍ୟ ଆହ୍ବାନ େଦଇଥିଲେ। ମୁଖ୍ୟମନ୍ତ୍ରୀ ବି। େଭାଟରଙ୍କ ଉପରେ ଏହାର େଯଭଳି ପ୍ରଭାବ ପଡ଼ିବା କଥା ତାହା ଅନୁଭୂତ େହାଇନାହିଁ।

ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ତଥ୍ୟ ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ୭୨୩୩ ବୁଥ୍‌ରେ ୨୯ ଲକ୍ଷ ୭୨ ହଜାର ୯୨୫ଜଣ ପୁରୁଷ ଭୋଟର, ୩୦ ଲକ୍ଷ ୩୦ ହଜାର ୨୨୨ ଜଣ ମହିଳା ଭୋଟର ଓ ୫୬୦ଜଣ ତୃତୀୟ ଲିଙ୍ଗ ଭୋଟରଙ୍କୁ ମିଶାଇ ମୋଟ ୬୦ ଲକ୍ଷ ୩ ହଜାର ୭୦୭ଜଣ ମତଦାତା ଭୋଟ ଦେବା କଥା।

େଭାଟର ତାଲିକାରେ ମହିଳାଙ୍କ ସଂଖ୍ୟା କେବଳ ଅଧିକ ରହିଛି ତାହା ନୁେହଁ, ଗୁରୁବାର ମତଦାନ ପ୍ରକ୍ରିୟାରେ ମଧ୍ୟ ସେମାନଙ୍କ େଯାଗଦାନ ଅଧିକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର େଲାକସଭା ନିର୍ବାଚନ ପ୍ରାର୍ଥୀ ଚୟନ େକ୍ଷତ୍ରରେ ୩୩% ଆସନ ସଂରକ୍ଷଣ କରିଛନ୍ତି। ଓଡ଼ିଶା ବିଧାନସଭାରେ ସର୍ବସମ୍ମତ ଭାବେ ଉଭୟ ସଂସଦ ଓ ବିଧାନସଭାରେ ମହିଳା ସଂରକ୍ଷଣ ପାଇଁ ପ୍ରସ୍ତାବ ପାରିତ େହାଇଛି। ଏଭଳି ପରିପ୍ରେକ୍ଷୀରେ ଏହି ତଥ୍ୟ ବୁଦ୍ଧିଜୀବୀ ମହଲକୁ ଉତ୍ସାହିତ କରିଛି।

ପରିସଂଖ୍ୟାନକୁ େଖଳାଇ ଦେଖିଲେ ସୂଚନା ମିଳୁଛି େଯ କଳାହାଣ୍ଡି ଲୋକସଭା ପାଇଁ ୭୫.୮୨% େଭାଟର ମତଦାନ କରିଛନ୍ତି। ସେଥିରେ ପୁରୁଷ ଭୋଟରଙ୍କ ସଂଖ୍ୟା ୭୪.୬୦% ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୭୭.୦୭% ରହିଛି। ନବରଙ୍ଗପୁର ଲୋକସଭା ଆସନରେ ମୋଟ ୭୮.୮୯% ମତଦାନ ହୋଇଥିବାବେଳେ ୭୮.୯୩% ପୁରୁଷ ଭୋଟର ଓ ୭୮.୮୭% ମହିଳା ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି।

କୋରାପୁଟ ଲୋକସଭା େଭାଟଗ୍ରହଣ ପ୍ରକ୍ରିୟାରେ ମୋଟ ୭୪.୭୭% ମତଦାତା ସାମିଲ େହାଇଥିଲେ। ପୁରୁଷ ଭୋଟରଙ୍କ ସଂଖ୍ୟା ୭୫.୨୯% ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା କିନ୍ତୁ ଏଠାରେ ୭୪.୩୨% ରହିଛି।

ବ୍ରହ୍ମପୁର ଲୋକସଭା ଆସନ ପାଇଁ ସବୁଠାରୁ କମ୍ ୬୫.୫୭% ମତଦାନ ହୋଇଛି। ସେଥିରେ ୬୩.୯୭% ପୁରୁଷ ଭୋଟର ଥିବାବେଳେ ୬୭.୨୫% ମହିଳା ଭୋଟର ମତଦାନ କରିଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର