ପୁରୁଷଙ୍କ ତୁଳନାରେ ମହିଳା ଭୋଟର ଅଧିକ

ରାୟଗଡା : ରାୟଗଡା, ବିଷମକଟକ, ଗୁଣପୁର ବିଧାନସଭା ଆସନ ପାଇଁ ଆସନ୍ତାକାଲି ମତଦାନ ହେବ। ୬ ଲକ୍ଷ ୫୯ ହଜାର ୪୨୨ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଧାରଣ କରିବାକୁ ଥିବା ବେଳେ ଭୋଟର ତାଲିକାରେ ପୁରୁଷଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି।

ରାୟଗଡା ନିର୍ବାଚନ ମଣ୍ଡଳୀରେ ମୋଟ ୨ ଲକ୍ଷ ୩୩ ହଜାର ୫୪୭ ଭୋଟର ଥିବା ବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୧୦ ହଜାର ୮୦୮। ମହିଳା ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୨୨ ହଜାର ୬୩୦। ପୁରୁଷଙ୍କ ତୁଳନାରେ ଏଠି ୧୧ ହଜାର ୮୨୨ ମହିଳା ଭୋଟର ଅଧିକ ଅଛନ୍ତି। ୨୦୧୮ ଜାନୁଆରି ସୁଦ୍ଧା ମହିଳା ଭୋଟରଙ୍କ ସଂଖ୍ୟା ରାୟଗଡା ନିର୍ବାଚନ ମଣ୍ଡଳୀରେ ୧ ଲକ୍ଷ ୨୦ ହଜାର ୨୧୦ ଥିବା ବେଳେ ବର୍ଷକ ମଧ୍ୟରେ ୨ ହଜାର ୪୨୦ ନୂଆ ମହିଳା ଭୋଟର ସୃଷ୍ଟି ହୋଇଛନ୍ତି। ସେହିପରି ବିଷମକଟକ ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୧୭ ହଜାର ୬୫୨ ଭୋଟର ଥିବା ବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୩୩୫ ଏବଂ ମହିଳା ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୧୭ ହଜାର ୨୮୫। ପୁରୁଷଙ୍କ ତୁଳନାରେ ଏଠି ମହିଳା ଭୋଟରଙ୍କ ସଂଖ୍ୟା ୧୬ ହଜାର ୯୫୦ ଅଧିକା। ୨୦୧୮ ଜାନୁଆରି ସୁଦ୍ଧା ମହିଳା ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୧୫ ହଜାର ୪୬୯ ଥିବା ବେଳେ ଚଳିତ ବର୍ଷ ଜାନୁଆରି ସୁଦ୍ଧା ୧୮୧୬ ନୂଆ ମହିଳା ଭୋଟର ସୃଷ୍ଟି ହୋଇଛି। ଗୁଣପୁର ବିଧାନସଭା ଆସନରେ ମଧ୍ୟ ପୁରୁଷଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ। ମୋଟ ୨ ଲକ୍ଷ ୮ ହଜାର ୨୨୩ ଭୋଟରଙ୍କ ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୪୯୫ ଓ ମହିଳା ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୭ ହଜାର ୬୮୫ ରହିଛି। ୨୦୧୮ ଜାନୁଆରି ସୁଦ୍ଧା ମହିଳା ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୫ ହଜାର ୪୧୭ ଥିବା ବେଳେ ବର୍ଷକରେ ଏହି ନିର୍ବାଚନ ମଣ୍ଡଳୀରେ ୨ ହଜାର ୨୬୮ ନୂଆ ମହିଳା ଭୋଟର ସୃଷ୍ଟି ହୋଇଛନ୍ତି।

ସମ୍ବନ୍ଧିତ ଖବର