୫୦୦ ଟଙ୍କା ପାଇଁ ୧୦ଘଣ୍ଟାର ପରିଶ୍ରମ : ଗୋଲେଇ ବୃତ୍ତରେ ରହି ଟଙ୍କା ପାଇବାକୁ ୨୦ କିମି ରାତାରାତି ଚାଲିକି ଆସିଲେ ମହିଳା

ଲକ୍ଷ୍ମୀପୁର : ଲକ୍ଷ୍ମୀପୁର ବ୍ଲକ ବଡ କେଲାର ଗ୍ରାମରୁ ୨୦ରୁ ଉର୍ଧ ମହିଳା ବୁଧବାର ପାହାନ୍ତିଆ ୨ଟାରୁ ୨୦ କିଲୋମିଟର ଚାଲିଚାଲି ଲକ୍ଷ୍ମୀପୁର ଏସବିଆଇ ବ୍ୟାଙ୍କରେ ପହଁଚି ଥିଲେ। ପହଞ୍ଚିଲା ବେଳକୁ ସମୟ ପାଖାପାଖି ଛଅଟା ହୋଇଥିଲା। ମହିଳାମାନେ ବ୍ୟାଙ୍କ ସମ୍ମଖରେ ଜଣେ ଜଣେ ବୃତ ଭିତରେ ବସି ରହିଥିଲେ। ଲକ୍ଷ୍ମୀପୁର ମହାବିଦ୍ୟାଳୟର ଅଧ୍ୟାପକ ପ୍ରକାଶ କୁମାର ସେନାପତି ସେମାନଙ୍କୁ କାହିଁକି ଆସିଛ ବୋଲି ପଚାରି ସମସ୍ତ ବିଷୟରେ ଜାଣିବା ପରେ ଗଣମାଧ୍ୟମକୁ ଦୃଷ୍ଟିଗୋଚର କରିଥିଲେ। ଖବର ଶୁଣି ସେମାନଙ୍କ ପାଖରେ ଆମେ ପହଁଚି ପଚାରିବାରୁ ସମସ୍ତ ବିଷୟରେ ମହିଳାମାନେ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଟଙ୍କା ଉଠାଇବାକୁ ଆସିଛୁ। ଏବେ ଲକଡାଉନ ଥିବାରୁ କୌଣସି ଯାନବାହାନ ଚଳପ୍ରଚଳ ହେଉନି। ବ୍ୟାଙ୍କକୁ ଆସିଲେ ସାମାଜିକ ଦୁରତ୍ଵ ବନେଇ ଛିଡା ହେବାକୁ ପଡୁଛି ଯେଉଁମାନେ ଆଗରେ ଆସୁଛନ୍ତି ସେମାନେ ଟଙ୍କା ପାଉଛନ୍ତି। ସ୍ବଳ୍ପ ସମୟରେ ସମସ୍ତଙ୍କୁ ଟଙ୍କା ଦେଇପାରୁନାହାଁନ୍ତି କର୍ମଚାରି। ତେଣୁ ବୃତ ଆଗରୁ ନଗଲେ ମିଳିବ ନାହିଁ। ବୃତରେ ରହିଲେ ହିଁ ଟଙ୍କା ମିଳୁଛି ତେଣୁ ଆଗରୁ ଆସିକି ବୃତ ଭିତରେ ରହିଥିବୁ କହିଥିଲେ ।ସଉଦା ପତ୍ର କିଣିବାକୁ ଟଙ୍କା ଦରକାର ତେଣୁ ରାତି ୨ଟାରେ ସମସ୍ତେ ଉଠି ବାଟରେ ଥିବା ନାଳରେ ଶୌଚ ହେବା ସହ ଦାନ୍ତ ଘସି ଆସି ବ୍ୟାଙ୍କ ଆଗରେ ସାମୁହିକ ଦୁରତ୍ଵରେ ବସି ରହିଥିଲେ। ୫ଶହ ଟଙ୍କା ପାଇଁ ୧୦ ଘଣ୍ଟାର ପରିଶ୍ରମ କରିଥିବା ବେଳେ ଟଙ୍କା ଉଠାଇବା ପରେ ପୁଣି ଚାଲିଚାଲି ଘରକୁ ଫେରିଯିବୁ ବୋଲି ମହିଳାମାନେ କହିଥିଲେ। ସେହିପରି କାକିରିଗୁମାରେ ମଧ୍ୟ ବ୍ୟାଙ୍କ ସମ୍ମଖରେ ସକାଳୁ ସକାଳୁ ଗହଳି ଲାଗିରହିଥିଲା। ଏନେଇ ଲକ୍ଷ୍ମୀପୁର ବ୍ୟାଙ୍କ ଶାଖାପରିଚାଳକଙ୍କୁ ପଚାରିବାରୁ ସେ କହିଛନ୍ତି ବ୍ୟାଙ୍କ ୧୦ ଟାରୁ ୨ ଟା ପର୍ଯ୍ୟନ୍ତ ସାଧାରଣଲୋକଙ୍କ ସକାଶେ ଖୋଲାରହୁଛି। କାଗଜପତ୍ର କାମ ସକାଶେ ୪ଟା ପର୍ଯ୍ୟନ୍ତ ମଧ୍ୟ ରହିବାକୁ ପଡୁଛି। କିନ୍ତୁ ଗହଳି ସକାଶେ ସକାଳୁ ସକାଳୁ ଆସିଯାଉଛନ୍ତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର