ବୋହୂକୁ ମାରିଦେଲେ, ସ୍ବାମୀ ବନ୍ଧାହେଲେ

ଖୋର୍ଦ୍ଧା: ସଦର ଥାନା ଅନ୍ତର୍ଗତ ବଙ୍ଗିଦାରେ ଜଣେ ନବବଧୂଙ୍କ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ନବବଧୂଙ୍କ ସ୍ୱାମୀଙ୍କୁ ଗିରଫ କରାଯାଇଛି ।

ଜଙ୍କିଆ-ଭୋଗପୁରର ପୁଷ୍ପଲତା ପରିଡ଼ା (୨୬) ୧ବର୍ଷ ୪ ମାସ ପୂର୍ବେ କାଇପଦରର ପ୍ରଭାକର ପରିଡ଼ାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ତେବେ ଏହାପରେ ବିଭିନ୍ନ ସମୟରେ ଅଧିକ ଯୌତୁକ ଦାବି କରି ପୁଷ୍ପଲତାଙ୍କୁ ତାଙ୍କ ସ୍ୱାମୀ ଓ ଶ୍ୱଶୁର ଘର ସଦସ୍ୟ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ ।

ମଙ୍ଗଳବାର ହଠାତ୍ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ସୂଚନା ପାଇବା ପରେ ପୁଷ୍ପଲତାଙ୍କ ବାପା ଘର ସଦସ୍ୟ ତାଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ । ପ୍ରଫୁଲ୍ଲ କୁମାର ରାଉତରାୟଙ୍କ ଅଭିଯୋଗ ଅନୁସାରେ ଗିରଫ ପ୍ରଭାକରଙ୍କୁ କୋର୍ଟ ଚାଲାଣ କରାଯାଇଛି । ସଦର ଥାନା ଅଧିକାରୀ ଅନୀତା ସାହୁ ମାମଲାର ସବିଶେଷ ତଥ୍ୟ ଦେଇନଥିବା ବେଳେ ମୃତ୍ୟୁ କିଭଳି ହୋଇଛି ସେନେଇ ତଦନ୍ତ ଜାରି ରହିଛି, ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର