ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍‌ କିଆପଡ଼ା ଗ୍ରାମରେ ବେଆଇନ ମଦ କାରବାର ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଏହାର ପ୍ରତିବାଦରେ ଆଜି ଗ୍ରାମର ମହିଳାମାନେ ଆନ୍ଦୋଳନ କରିବା ସହ ମଦଠାରୂ ଦୂରେଇ ରହିବା ପାଇଁ ଲୋକଙ୍କୁ ସଚେତନ କରିଛନ୍ତି। ଏଥିରେ ମୁରୁସୁଆଁ ପଞ୍ଚାୟତ ସମିତିସଭ୍ୟ ସୁଶୀଲ କୁମାର ସାହୁ ସାମିଲ ହୋଇଥିଲେ। ସ୍ୱର୍ଣ୍ଣପ୍ରଭା ସାହୁ, ମଞ୍ଜୁଲତା ମହାନ୍ତ, ଯମୁନା ନାୟକ, କୁନି ନାୟକ, ଝୁନୁ ନାୟକ, କୁନ୍ତଳା ନାୟକ, ପାର୍ବତୀ ନାୟକ, ରୀନା ନାୟକ ପ୍ରମୁଖ ଆନ୍ଦୋଳନର ନେତୃତ୍ବ ନେଇଥିଲେ। ମହିଳାଙ୍କ ଶୋଭାଯାତ୍ରା କିଆପଡ଼ା ଓ ଚାଙ୍ଗୁଆପଡ଼ା ଗ୍ରାମ ପରିକ୍ରମା କରିଥିଲା।

ସମ୍ବନ୍ଧିତ ଖବର