ଭୁବନେଶ୍ବର : ‘‘ରାଷ୍ଟ୍ର ବିକାଶ ଲକ୍ଷ୍ୟ ହାସଲର ଆଧାରଶୀଳା ହେଉଛି ମହିଳାମାନଙ୍କର ପ୍ରଗତି। ମହିଳାମାନଙ୍କର ସାମାଜିକ ଓ ଆର୍ଥିକ ପ୍ରଗତି ବିନା ରାଷ୍ଟ୍ରର ବିକାଶ ଅକଳ୍ପନୀୟ। ଗୁରୁତ୍ବପୂର୍ଣ୍ଣ କଥା ହେଲା, ମହିଳାମାନଙ୍କ ଭିତରେ ରହିଛି ଦୃଢ଼ ପ୍ରତିବଦ୍ଧତା ଓ ଆତ୍ମବିଶ୍ବାସ। ସେମାନେ ଯେତେବେଳେ କୌଣସି ଲକ୍ଷ୍ୟ ନେଇ ସଂକଳ୍ପବଦ୍ଧ ହୁଅନ୍ତି, ତାହା ନିଶ୍ଚୟ ସାକାର କରନ୍ତି। ତେଣୁ ରାଜ୍ୟର ବିକାଶ ଲକ୍ଷ୍ୟ ହାସଲ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ସମୟରେ ମହିଳା ସଶକ୍ତୀକରଣ ଓ ସ୍ବାବଲମ୍ବନ ଉପରେ ଗୁରୁତ୍ବ ଦେଇ ଆସିଛନ୍ତି। ତାଙ୍କର ଶାସନକାଳରେ ରାଜ୍ୟରେ ମହିଳା ସଶକ୍ତୀକରଣ ଏକ ନୂତନ ଉଚ୍ଚତାରେ ପହଞ୍ଚିଛି। ବିଶେଷ କରି ‘ମିସନ୍ ଶକ୍ତି’ ଜରିଆରେ ରାଜ୍ୟର କୋଣଅନୁକୋଣର ମହିଳା ସାମାଜିକ ସମ୍ମାନ ଓ ଆର୍ଥିକ ସ୍ବାବଲମ୍ବନ ଲାଭ କରିବାକୁ ସକ୍ଷମ ହୋଇଛନ୍ତି। ଏହି କାରଣରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକାଳ ହେଉଛି ମହିଳାମାନଙ୍କ ପାଇଁ ଏକ ସୁବର୍ଣ୍ଣ ଯୁଗ ।’’
ଭୁବନେଶ୍ବରରେ ଆୟୋଜିତ ଦେଶର ପ୍ରଥମ ମହିଳା ବିଜନେସ୍ ମେଳାରେ ଯୋଗ ଦେଇ ଉପରୋକ୍ତ ବକ୍ତବ୍ୟ ରଖିଛନ୍ତି ‘କିଟ୍’ ଓ‘ କିସ୍’ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ। ମୁଁ ମହିଳାଙ୍କୁ ସମ୍ମାନ ଦେଇ ଆସିଛି ଏବଂ ମହିଳାଙ୍କ ଶିକ୍ଷା ଓ ସଶକ୍ତୀକରଣ ପାଇଁ ସୁଯୋଗ ସୃଷ୍ଟି କରିଛି। ଏହା ହିଁ ମୋ ସଫଳତାର ଏକ ବଡ଼ ଦିଗ ବୋଲି ସେ ମତବ୍ୟକ୍ତ କରିଛନ୍ତି।
/sambad/media/post_attachments/wp-content/uploads/2022/05/www-300x96.jpg)
ମେ ୪ରୁ ୮ ତାରିଖ, ୫ଦିନ ଧରି ଭୁବନେଶ୍ବରର ଜନତା ମଇଦାନରେ ଅନୁଷ୍ଠିତ ହେଉଛି ଭାରତର ପ୍ରଥମ ମହିଳା ବିଜନେସ୍ ମେଳା। ମେଳାର ତୃତୀୟ ଦିବସରେ ଅନୁଷ୍ଠିତ ‘ମହିଳା-ଶିକ୍ଷା-ସଶକ୍ତୀକରଣ’ ଶୀର୍ଷକ ଆଲୋଚନାଚକ୍ରରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଡ. ଅଚ୍ୟୁତ ସାମନ୍ତ ମେଳାର ଆୟୋଜକଙ୍କୁ ଏପରି ଏକ ଅଭିନବ ତଥା ବିଶାଳ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜନ କରିପାରିଥିବାରୁ ପ୍ରଶଂସା କରିଥିଲେ। ଏଥିସହ ସେ ଉପସ୍ଥିତ ମହିଳା ଉଦ୍ୟୋଗୀମାନଙ୍କୁ ଆହ୍ବାନ ଜଣାଇଥିଲେ କି ପ୍ରତି ଉଦ୍ୟୋଗୀ ଅନ୍ତତଃ ୧୦ ଜଣ ମହିଳାଙ୍କୁ ସହାୟତାର ହାତ ବଢ଼ାଇ ଯୋଗ୍ୟ କରନ୍ତୁ। ଏହା ଫଳରେ ପୂରା ଦୃଶ୍ୟପଟ୍ଟରେ ଏକ ବିଶାଳ ପରିବର୍ତ୍ତନ ଆସିବ। ସେ ଆହୁରି ମଧ୍ୟ କହିଥିଲେ ଯେ ନାରୀ ସଶକ୍ତୀକରଣ କେବଳ ସହରାଞ୍ଚଳରେ ସୀମିତ ହେବା ଉଚିତ ନୁହେଁ, ଗ୍ରାମୀଣ ମହିଳାମାନେ ମଧ୍ୟ ଏହି ଧାରାରେ ସାମିଲ ହେବା ଦରକାର। ଗ୍ରାମାଞ୍ଚଳର ମହିଳାଙ୍କ ଭିତରେ ବହୁ ସମ୍ଭାବନା ରହିଛି। ସେଠାରେ ବହୁ ଦକ୍ଷ ଏବଂ ପ୍ରତିଭାସଂପନ୍ନ ମହିଳା ଅଛନ୍ତି। ସେମାନଙ୍କୁ ଯଦି ଉଚିତ ଭାବେ ମାର୍ଗଦର୍ଶନ ଓ ସହାୟତା ପ୍ରଦାନ କରାଯିବ ତେବେ ପୂର୍ଣ୍ଣାଙ୍ଗ ବିକାଶ ସମ୍ଭବ ହୋଇପାରିବ।
ଏହି ଅବସରରେ ଡ. ସାମନ୍ତ ମେଳାରେ ଖୋଲା ଯାଇଥିବା ଷ୍ଟଲଗୁଡ଼ିକୁ ବୁଲି ଦେଖିଥିଲେ ଓ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା୍ ମହିଳା ଉଦ୍ୟୋଗୀଙ୍କ ସହ ଆଳାପ-ଆଲୋଚନା କରିଥିଲେ। ଉଲ୍ଲେଖଯୋଗ୍ୟ, ମହିଳା ବିଜନେସ୍ ମେଳାରେ ୧୦୦ରୁ ଅଧିକ ମହିଳା ଉଦ୍ୟେଗୀ ନିଜ ପ୍ରସ୍ତୁତ ସାମଗ୍ରୀ ପ୍ରଦର୍ଶିତ କରୁଛନ୍ତି। ଏଥିସହ ପ୍ରତି ସଂଧ୍ୟାରେ ଆଲୋଚନାଚକ୍ର, ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/WhatsApp-Image-2022-05-07-at-9.27.jpg)