ଦେବଗଡ/କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଠାରେ ଆୟୋଜିତ ସର୍ବଭାରତୀୟ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ବିଜୟୀ ହେଲା ପରେ ଖେଳାଳିମାନେ ଅସ୍ବାଭାବିକ ଆଚରଣ କରୁଛନ୍ତି। ୧୨ ଜଣ ମହିଳା ଖେଳାଳିଙ୍କ ମଧ୍ୟରୁ ୫ ଜଣଙ୍କ ଆଚରଣ କାଲିଠାରୁ ସଂପୂର୍ଣ୍ଣ ବଦଳି ଯାଇଛନ୍ତି। ଫଳରେ ଖେଳାଳିମାନଙ୍କ ପରିବାର ଲୋକେ ବ୍ୟସ୍ତ ହୋଇପଡ଼ିଛନ୍ତି।
ବୌଦ୍ଧ ଜିଲ୍ଲା କଣ୍ଟାମାଳରେ ସର୍ବଭାରତୀୟ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟର ଆୟୋଜନ ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ଦେବଗଡ଼ର ମନୋରମା କ୍ଲବ ମହିଳା ଦଳ ଭାଗ ନେଇଥିଲେ। ଫାଇନାଲ ମ୍ୟାଚରେ ଦଳ ବିଜୟୀ ହୋଇ ଚାମ୍ପିଅନ ହୋଇଥିଲା। ଏହି ମ୍ୟାଚ ପରେ ହଠାତ୍ ଦଳର ଜଣେ ଖେଳାଳି ହଠାତ୍ ଅସ୍ବାଭାବିକ ଆଚରଣ କରିଥିଲେ। ସେଠାରେ ଉପସ୍ଥିତ ଆୟୋଜକ କମିଟି ସହାୟତାରେ ସଂପୃକ୍ତ ଖେଳାଳିଙ୍କୁ ଝଡ଼ାଫୁକା କଲା ପରେ ସେ ସ୍ବାଭାବିକ ଅବସ୍ଥାକୁ ଫେରିଥିଲେ ବୋଲି ଦଳ ସହ ଯାଇଥିବା ଟିମ ମ୍ୟାନେଜର ପ୍ରକାଶ କରିଛନ୍ତି।
/sambad/media/post_attachments/wp-content/uploads/2024/02/Capture4.jpg)
ତେବେ ଗୁରୁବାର ସମସ୍ତ ଖେଳାଳିଙ୍କୁ ନେଇ ଫେରିବା ସମୟରେ ସଂପୃକ୍ତ ଖେଳାଳି ପୁଣିଥରେ ଅସ୍ବାଭାବିକ ଆଚରଣ କରିଥିଲେ। ପରେ ସେଠାରେ ଥିବା ଅନ୍ୟ ଖେଳାଳିମାନେ ମଧ୍ୟ ଅସ୍ବାଭାବିକ ଆଚରଣ କରିଥିଲେ। ସମସ୍ତ ଖେଳାଳିଙ୍କୁ ନେଇ ଅଭିଭାବକମାନଙ୍କ ଉପସ୍ଥିତିରେ ଦେବଗଡ଼ ନୀଳବେର୍ଣ୍ଣୀସାହିସ୍ଥିତ ଏକ ଚର୍ଚ୍ଚ ମଧ୍ୟରେ ପୁଣିଥରେ ଝଡାଫୁକା କରାଯାଇଛି। ଅପରାହ୍ନ ସମୟରେ ସମସ୍ତ ଖେଳାଳିଙ୍କ ଅବସ୍ଥାରେ ଉନ୍ନତି ଆସିଥିବା ସୂଚନା ମିଳିଛି। ଏହି ଘଟଣାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/ec669f95-f419-4d71-a076-cf0b15d2af55.jpeg)