ଘୁ. ଉଦୟଗିରି : ଘୁ. ଉଦୟଗିରି ବ୍ଲକ ରଟିଙ୍ଗିଆ ପଞ୍ଚାୟତର ନାରୀ ସଂଘ ଓ ଯୁବ ଗୋଷ୍ଠୀଙ୍କ ମିଳିତ ଉଦ୍ୟମରେ ପଡ଼ିକିଆରେ ଦେଶୀ ମହୁଲି ମଦ ଭାଟି ଉପରେ ଚଢ଼ଉ କରି ବନ୍ଦ କରାଯାଇଛି। ଇନ୍ଦିରାବାସୀ ଗ୍ରାମରେ ମଦ ରାନ୍ଧିବାକୁ ମନା କରିବା ପାଇଁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ବାରମ୍ବାର ମଦ ରାନ୍ଧୁଥିବାରୁ ଆଜି ଏକତ୍ରିତ ହୋଇ ମଦ ବନ୍ଦ କରାଯାଇଛି। ବ୍ୟବହାର କରାଯାଇଥିବା ସମସ୍ତ ହାଣ୍ଡି, ବ୍ୟାରେଲ୍ ଗୁଡ଼ିକ ଜବତ କରାଯାଇଛି। ଏହା ସହିତ ପୁନର୍ବାର ମଦ ରାନ୍ଧିଲେ ଥାନାରେ ମାମଲା ରୁଜୁ କରାଯିବ ବୋଲି ଚେତାବନୀ ଦେଇଛନ୍ତି।
କରୋନା ମହାମାରୀ ସମୟରେ ସମସ୍ତଙ୍କୁ ସରକାରଙ୍କ ଦ୍ଵାରା ସତର୍କତା କରାଯାଉଥିବା ବେଳେ ଲୋକମାନେ ସଚେତନ ହୋଇ ନିଜ ଅଞ୍ଚଳରେ ରହୁଛନ୍ତି। ଏହି ସମୟରେ ଗ୍ରାମାଞ୍ଚଳରେ ବ୍ୟବସାୟିକ ଭିତ୍ତିରେ ଦେଶୀ ମଦ କାରବାର କରିବା ଦେଖିବାକୁ ମିଳୁଛି। ଯାହାଫଳରେ ପାରିବାରିକ ଅଶାନ୍ତି ହେଉଛି ଓ ସାମାଜିକ ଓ ଅର୍ଥନୈତିକ ଉପରେ ବହୁତ ମାତ୍ରାରେ ପ୍ରଭାବିତ କରୁଛି। ଏହାକୁ ଦୃଷ୍ଟିରେ ରଖି ସରକାର ନିକଟରେ ମଧ୍ୟ ମଦ ବନ୍ଦ କରିବାକୁ ଦାବି କରାଯାଇଛି। ସମିତିସଭ୍ୟା ଭାଗ୍ୟବତୀ ପ୍ରଧାନ, ଅନିତା ନାୟକ, ଦାୟି ନାୟକ, ମାର୍ଥା ନାୟକ, ଚନ୍ଦ୍ରିକା ନାୟକ, ରେହେନା ନାୟକ, ଶ୍ରଦ୍ଧାଞ୍ଜଳି ନାୟକ, ପ୍ରତିମା ନାୟକ, ସଙ୍ଗୀତା ନାୟକ ଓ ଅନ୍ତରଙ୍ଗ ଯୁବକ ସଂଘର ସମ୍ପାଦକ ହୃଷିକେଶ ପ୍ରଧାନ, ଦେବେନ୍ଦ୍ର ନାୟକ, ଲୁଟ ନାୟକ, ବିନେଶ ନାୟକ, ଆଲ୍ଫନ୍ସ୍ ନାୟକ, ମଇଳା ନାୟକ, ମସିହା, ମେଟ୍ଲି, ନାମିନୀ, ସୁରଭି, କରିନା, ମନିକା, ଅରସିନୀ, ପୂର୍ଣିମା ଓ ଭାଗ୍ୟବତୀ ନାୟକ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଏହି ଆନ୍ଦୋଳନ ସବୁ ଅଞ୍ଚଳରେ କରାଯିବ ବୋଲି ଚେତାବନୀ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/mada-bhati-ganjam.jpg)