ରାୟଗଡା: ରାୟଗଡ଼ା ଜିଲ୍ଲାର ଭୋଟର ତାଲିକା ପ୍ରକାଶ ପାଇଲା।୨୦୨୩ ଅକ୍ଟୋବର ୧୦ ତାରିଖ ସୁଦ୍ଧା ଜିଲ୍ଲାରେ ଭୋଟର ସଂଖ୍ୟା ୬ ଲକ୍ଷ ୯୧ ହଜାର ୯୭୧ ଜଣ ଥିଲେ। ତେବେ ଜାନୁଆରି ୫ ତାରିଖ ସୁଦ୍ଧା ଏହା ବର୍ଦ୍ଧିତ ହୋଇ ୭ ଲକ୍ଷ ୪ ହଜାର ୫୦୩ରେ ପଞ୍ଚିଚିଛି। ଜିଲ୍ଲାରେ ପୁରୁଷ ଭୋଟରମାନଙ୍କ ଠାରୁ ଚଳିତ ବର୍ଷ  ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି। ଯଦି ଗୁଣୁପୁର ନିର୍ବାଚନ ମଣ୍ଡଳୀରେ ଦେଖିବା ତେବେ ପୁରୁଷ ଭୋଟର ସଂଖ୍ୟା ୧୦୬୬୮୪ ରହିଥିବା ବେଳେ ମହିଳା ଭୋଟର ସଂଖ୍ୟା ୧୧୪୭୬୨ ରହିଥିବା ବେଳେ ତୃତୀୟଲିଙ୍ଗ ୪୯ ଜଣ ଏବଂ ମୋଟ ଭୋଟର ହେଲେ ୨୨୧୪୯୬।
Advertisment
ସେହିପରି ବିଷମକଟକ ନିର୍ବାଚନ ମଣ୍ଡଳୀରେ ପୁରୁଷ ଭୋଟର ସଂଖ୍ୟା ୧୦୬୮୩୭ ଜଣ ଓ ମହିଳା ଭୋଟର ସଂଖ୍ୟା ୧୨୫୫୬୬ ଜଣ ତଥା ତୃତୀୟ ଲିଙ୍ଗ ୩୯ ଜଣ।ମୋଟ ଭୋଟର ହେଲେ ୨୩୨୪୪୨ ଜଣ। ରାୟଗଡା ନିର୍ବାଚନ ମଣ୍ଡଳୀରେ ପୁରୁଷ ଭୋଟର ସଂଖ୍ୟା ହେଲେ ୧୧୮୩୨୩ ଓ ମହିଳା ଭୋଟର ସଂଖ୍ୟା ହେଲେ ୧୩୨୧୪୬  ତଥା ତୃତୀୟ ଲି୍ଗ ହେଲେ ୯୭ ଜଣ। ମୋଟ ଭୋଟର ହେଲେ ୨୫୦୫୬୬ ଜଣ। ତେବେ ଜିଲ୍ଲାର ତିନୋଟି ନିର୍ବାଚନ ମଣ୍ଡଳୀରେ ମୋଟ ପୁରୁଷ ଭୋଟର ସଂଖ୍ୟା ହେଲା ୩୩୧୮୪୪ ଏବଂ ମହିଳା ଭୋଟର ହେଲେ ୩୭୨୪୭୪ ଜଣ ଓ ତୃତୀୟ ଲିଙ୍ଗ ହେଲେ ୧୮୫ ଜଣ। ଜିଲ୍ଲାର ସମସ୍ତ ୭୦୪୫୦୩ ଜଣ ଭୋଟରଙ୍କୁ ଫଟୋ ଚିହ୍ନଟ ପତ୍ର ପ୍ରଦାନ କରାଯାଇଛି। ଏହି ଭୋଟରମାନେ ଆଗାମୀ ନିର୍ବାଚନରେ ଭୋଟ ଦେବାର କ୍ଷମତା ହାସଲ କରିଥିବା କୁହାଯାଇଛି।
ରାୟଗଡା ଜିଲ୍ଲାରେ ଲୋକ ସଂଖ୍ୟା କିନ୍ତୁ ୧୦,୭୧,୧୧୦ ଜଣ ରହିଛି। ଗୁଣୁପୁର ନିର୍ବାଚନ ମଣ୍ଡଳୀରେ ମୋଟ ଲୋକ ସଂଖ୍ୟା ୩,୩୬,୮୯୯ ଜଣ ଥିବା ବେଳେ ସେଥିରୁ ପୁରୁଷ ହେଲେ ୧,୭୨,୮୪୪ ଜଣ ଓ ମହିଳା ହେଲେ ୧,୬୪,୦୫୫ ଜଣ। ବିଷମକଟକ ନିର୍ବାଚନ ମଣ୍ଡଳୀରେ ମୋଟ ଲୋକ ସଂଖ୍ୟା ହେଲେ ୩,୫୨,୦୫୫ ଜଣ ହୋଇଥିବା ବେଳେ ସେଥିରୁ ପୁରୁଷ ହେଲେ ୧,୭୨,୫୫୦ ଓ ମହିଳା ହେଲେ ୧,୭୯,୫୦୫ ଜଣ।
ରାୟଗଡା ନିର୍ବାଚନ ମଣ୍ଡଳୀରେ ଲୋକ ସଂଖ୍ୟା ହେଲେ ୩,୮୨,୧୪୭ ଜଣ ହୋଇଥିବା ବେଳେ ସେଥିରୁ ପୁରୁଷ ହେଲେ ୧,୯୨,୪୭୨ ଓ ମହିଳା ହେଲେ ୧,୮୯,୬୭୫ ଜଣ।ଜିଲ୍ଲାରେ ୮୮୩ଟି ବୁଥି ରହିଥିବା ବେଳେ ଗୁଣୁପୁର ନିର୍ବାଚନ ମଣ୍ଡଳୀର ଗୁଣୁପୁର ବ୍ଲକରେ ୮୦ଟି,ଗୁଡାରୀ ବ୍ଲକରେ ୩୯ଟି, ଚନ୍ଦ୍ରପୁର ବ୍ଲକରେ ୨୮ଟି, ପଦ୍ମପୁର ବ୍ଲକରେ ୫୪ଟି,ରାମନାଗୁଡା ବ୍ଲକରେ ୬୧ଟି, ଗୁଣୁପୁର ପୌରପରିଷଦରେ ୨୦ଟି ଏବଂ ଗୁଡାରି ଏନଏସିରେ ୭ଟି ବୁଥ ରହିଛି।  ବିଷମକଟକ ନିର୍ବାଚନ ମଣ୍ଡଳୀର ମୁନିଗୁଡା ବ୍ଲକରେ ୭୭ଟି ବୁଥ ରହିଥିବା ବେଳେ ବିଷମକଟକ ବ୍ଲକରେ ୯୦ଟି,କଲ୍ୟାଣସିଂହପୁର ବ୍ଲକରେ ୫୫ଟି ଓ କୋଲନରା ବ୍ଲକରେ ୭୧ଟି ବୁଥ ରହିଛି।ସେହିପରି ରାୟଗଡା ନିର୍ବାଚନ ମଣ୍ଡଳୀର ରାୟଗଡା ବ୍ଲକରେ ୧୧୨ଟି, କାଶୀପୁର ବ୍ଲକରେ ୧୩୩ଟ ଏବଂ ରାୟଗଡା ପୌର ପରିଷଦରେ ୫୬ଟି ବୁଥ ରହିଛି।