ନର୍ଲା: କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ୨୬ ନମ୍ବର ରାଜ୍ୟ ରାଜପଥର ବଫଲା ଗାଁ ନିକଟରେ ବାଇକ୍ରୁ ଖସି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ଏମ୍. ରାମପୁର ବ୍ଲକ୍ର ଚନ୍ଦନପେଣ୍ଡା ଗାଁର ଜିନା ଚୌଧୁରୀ (୪୫) ବୋଲି ଜଣାପଡ଼ିଛି। ବାଇକରେ ୩ ଜଣ ଆରୋହୀ ବସିଥିବା ବେଳେ ପଛରେ ବସିଥିବା ମହିଳା ଖସି ପଡ଼ିବା ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ନର୍ଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
ବାଇକ୍ରୁ ଖସି ମହିଳା ମୃତ
କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ରାଜ୍ୟ ରାଜପଥ ୨୬ ବଫଲା ଗାଁ ନିକଟରେ ବାଇକ୍ରୁ ଖସି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ଏମ୍. ରାମପୁର ବ୍ଲକ୍ର ଚନ୍ଦନପେଣ୍ଡା ଗାଁର ଜିନା ଚୌଧୁରୀ (୪୫) ବୋଲି ଜଣାପଡ଼ିଛି। ବାଇକରେ ୩ ଜଣ ଆରୋହୀ ବସିଥିବା ବେଳେ ପଛରେ ବସିଥିବା ମହିଳା ଖସି ପଡ଼ିବା ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।
/sambad/media/media_files/Fs6NIpDhuESm4z8zb9Jp.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)