ବିପୁଳ ପରିମାଣର କାଠ ସହ ଟ୍ରାକ୍ଟର ଜବତ, ଚାଳକ ଫେରାର

ଘଣ୍ଟାପଡ଼ା : କଣ୍ଟାମାଳ ବନ ବିଭାଗ ପକ୍ଷରୁ ରବିବାର ରାତିରେ ବ୍ୟାପକ କାଠ ଜବତ କରିଛି। ଏଥିରେ ସଂପୃକ୍ତ ଏକ ଟ୍ରାକ୍ଟରକୁ ମଧ୍ୟ ଜବତ କରିଥିବା କଣ୍ଟାମାଳ ରେଞ୍ଜର କ୍ଷୀରାବ୍ଧୀ ପ୍ରଧାନ କହିଛନ୍ତି। ଉଦେପୁର ସ୍ଥିତ ଚିଂଚେଡ ନାଳ ପାଖରେ ଏକ ଟ୍ରାକ୍ଟର ଟ୍ରଲି ନଂ ଓଡି ୨୭-୦୪୫୦ରେ ବ୍ୟାପକ କାଠ ବୋଝେଇ ହୋଇ ଟ୍ରାକ୍ଟର ଆସୁଥିବା ଦେଖି ପାଟ୍ରୋଲିଂ କରୁଥିବା ବନ କର୍ମଚାରୀ ଅଟକାଇଥିଲେ। ଯାଞ୍ଚ କରିବାରୁ ଟ୍ରାକ୍ଟରରୁ କାଠ ମିଳିଥିଲା।

କୌଶଳକ୍ରମେ ଟ୍ରାକ୍ଟର ଡ୍ରାଇଭର ସେଠାରୁ ଫେରାର ହୋଇଥିବା ବେଳେ କାଠ ଓ ଟ୍ରାକ୍ଟରକୁ ଜବତ କରି ବନ କର୍ମଚାରୀ ରେଞ୍ଜ ଅଫିସ୍‌କୁ ଆଣିଥିଲେ। ଏ ନେଇ ବନ ବିଭାଗ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଫରେଷ୍ଟର ପ୍ରକାଶ ଚନ୍ଦ୍ର ସେଠୀ କହିଛନ୍ତି। ଜବତ କାଠର ଆନୁମାନିକ ମୂଲ୍ୟ ୮୫ ହଜାର ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏହି ପାଟ୍ରୋଲିଂରେ କଣ୍ଟାମାଳ ରେଞ୍ଜରଙ୍କ ସହିତ ଫରେଷ୍ଟର ଶ୍ରୀ ସେଠୀ, ଫରେଷ୍ଟ ଗାର୍ଡ ମାଲତି ମାଝି ଓ ଅନ୍ୟମାନେ ସାମିଲ ଥିଲେ।

ସମ୍ବନ୍ଧିତ ଖବର