କାଠ ବୋଝେଇ ଗାଡ଼ି ଜବତ

ଘଟଗାଁ : ଗତକାଲି ଘଟଗାଁ ବନବିଭାଗ ତରଫରୁ ତରା ଗ୍ରାମ ସୀମାନ୍ତ ମନତା  ଗ୍ରାମରେ ଅଚାନକ ଚଢ଼ଉ କରି  ବିପୁଳ ପରିମାଣରେ ଆକାଶିଆ କାଠ ସହ ଏକ ପିକଅପ ଭ୍ୟାନ(ଓଡି୦୯ ଏନ୍୭୬୯୮) ଗାଡ଼ି ଜବତ କରିଛନ୍ତି। ଏଥିରେ ସମ୍ପୃକ୍ତ ଦୁଇବ୍ୟକ୍ତି ଓ ଗାଡ଼ିମାଳିକଙ୍କୁ ଗତକାଲି ଗିରଫ କରାଯାଇଛି।

ତରା ଗ୍ରାମର ବଳରାମ ନାଏକ ଓ ବଟହରିଚନ୍ଦନପୁର  ଗ୍ରାମର ନବକିଶୋର ବେହେରା ଦୁଇଜଣ ମିଶି ନିଜର ପଟ୍ଟା ଭୁକ୍ତ ଜାଗା କହି ଆକାଶିଆ ଗଛକୁ କାଟି ଚୋରା ଚାଲାଣ କରୁଥିଲେ। ମାତ୍ର ଏହା ସରକାରୀ ଜାଗାରେ ଥିଲା। ଖବର ବନବିଭାଗ ଜାଣିବା ପରେ ତୁରନ୍ତ ଘଟଣା ସ୍ଥଳକୁ ଯାଇ ଚଢ଼ଉ କରି ଏହାକୁ ଜବତ କରିଥିଲେ। ନବ କିଶୋର ବେହେରା ଓ ବଳରାମ ନାଏକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଘଟଗାଁ ରେଞ୍ଜ ଅଫିସର ପ୍ରଭାତ କୁମାର କୁଅଁର ପ୍ରକାଶ କରିଛନ୍ତି। ଚଢ଼ଉରେ ଘଟଗାଁ ଓ ଢେଙ୍କିକୋଟ ଫରେଷ୍ଟର ଓ ଗାର୍ଡ ସାମିଲ ଥିଲେ।

ସମ୍ବନ୍ଧିତ ଖବର