ଚୋରା କାଠ ବୋଝେଇ ଗାଡ଼ି ଜବତ

ଚମ୍ପୁଆ : ଚମ୍ପୁଆ ପୁଲିସ  ଆଜି ଚୋରାକାଠ ବୋଝେଇ ଗାଡ଼ିକୁ ଜବତ କରିଛି। ଗାଡ଼ିଟି ଗୋଧୂଳି ଦେଇ ଚମ୍ପୁଆକୁ ଆସୁଥିବା ବେଳେ ପୁଲିସ ଚଢ଼ଉ କରି ଜବତ କରିବାରେ ସକ୍ଷମ ହୋଇଥିଲା।  ପ୍ରତିଦିନ ଝାଡ଼ଖଣ୍ଡ ଓ ମୟୂରଭଞ୍ଜ ଜିଲ୍ଲାରୁ ଟ୍ରିପ ଟ୍ରିପ କାଠ ଚମ୍ପୁଆ ବଜାରକୁ ଚାଲାଣ ହେଉଛି।

ମାଫିଆମାନେ ମାଲେ ମାଲ ହେଉଥିବା ବେଳେ ଚମ୍ପୁଆ ବନ ବିଭାଗ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର