ହରିଚନ୍ଦନପୁର : ହରିଚନ୍ଦନପୁର ବ୍ଲକ୍ ସୁନାପେଣ୍ଠ ପଞ୍ଚାୟତ ମହୁଲଗୋଡ଼ା ଗ୍ରାମରେ ବନ ବିଭାଗ ଚଢ଼ଉ କରି ୫୦ ହଜାର ଟଙ୍କା ମୂଲ୍ୟର ଶାଳ ଓ ପିଆଶାଳ କାଠ ଜବତ କରିଛି। ଆନନ୍ଦପୁର ଡିଏଫ୍ଓ ଅଜିତ କୁମାର ଶତପଥୀଙ୍କ ନିର୍ଦେଶକ୍ରମେ ଦେଓଗାଁ ରେଞ୍ଜର ସୁରେନ୍ଦ୍ରନାଥ ହେମ୍ବ୍ରମ, ରେବଣାପଳାଶପାଳ ବନପାଳ ବୁଦ୍ଧଦେବ ସାହୁ, ହରିଚନ୍ଦନପୁର ବନପାଳ ଡମ୍ବରୁଧର ମହାନ୍ତ, ଭଗାମୁଣ୍ଡା ବନପାଳ ଦାଶରଥି ବେଜ, ଦୈତାରୀ ବନପାଳ ମଙ୍ଗୁଳି ସା, ବ୍ରାହ୍ମଣୀପାଳ ବନପାଳ ଭୀମସେନ ଦେହୁରୀ, ଦେଓଗାଁ ବନପାଳ ଶ୍ୟାମସୁନ୍ଦର ସାହୁ, ଆନନ୍ଦପୁର ବନପାଳ ନବକିଶୋର ନାୟକ ଓ ବନ ସୁରକ୍ଷା ବାହିନୀ ଚଢ଼ଉରେ ସାମିଲ ହୋଇଥିଲେ। ଜବତ କାଠକୁ ହରିଚନ୍ଦନପୁର ବନ ବିଭାଗ କାର୍ଯ୍ୟାଳୟରେ ରଖାଯାଇଛି।
ଶାଳ ଓ ପିଆଶାଳ କାଠ ଜବତ
/sambad/media/post_attachments/wp-content/uploads/2021/11/1c98ab38-52eb-4fe7-829e-f8a14a5d6b8c.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)