ବ୍ୟାସନଗର: ଯାଜପୁର ଟାଉନ ନିକଟ ଭଗତପୁର ଗ୍ରାମର ଲକିଛକ ନିକଟ ପଡ଼ିଆରୁ ବନବିଭାଗ ପକ୍ଷରୁ ଶହେ ଘନଫୁଟ କାଠ ଜବତ କରାଯାଇଛି। କଟକ ବନଖଣ୍ଡ ଅଧିକାରୀ ସଂଜୟ କୁମାର ସ୍ବାଇଁଙ୍କ ନିର୍ଦେଶକ୍ରମେ ଯାଜପୁର ବନାଞ୍ଚଳ ଅଧିକାରୀ ସେଠାରେ ପହଞ୍ଚି ଏହି କାଠକୁ ଜବତ କରିଥିଲେ।
ଏହି କାଠର ଆନୁମାନିକ ମୂଲ୍ୟ ୬୦ ହଜାର ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡ଼ିଛି। କାଠଗୁଡ଼ିକ ଭଦ୍ରକରେ ଥିବା ଚୋରା ସ’ ମିଲ୍କୁ ଯାଉଥିଲା ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/1-3.jpg)