ନୀଳଗିରି: ନୀଳଗିରି ବ୍ଲକ୍ ମିତ୍ରପୁର ଅଞ୍ଚଳରୁ କାଠ କଟାଯାଉଥିଲା। ଯେଉଁ କାଠଗୁଡ଼ିକୁ କେସିଙ୍ଗପୁର ଗ୍ରାମରେ ରଖାଯାଉଥିଲା। କାଠ ମାଫିଆମାନେ ସୁଯୋଗ ଉଣ୍ଡି ସେଗୁଡ଼ିକୁ ଚାଲାଣ କରୁଥିଲେ। ତେବେ ଏନେଇ ନୀଳଗିରି ବନ ବିଭାଗ ଖବର ପାଇଥିଲା। ଫଳରେ ଆଜି ସେଠାରେ ଚଢ଼ାଉ କରାଯାଇଥିଲା। ଚଢ଼ଉ ସମୟରେ ଶାଳ, ପିଆଶାଳ, ଗମ୍ଭାରି, ନିମ୍ବ ଆଜି ୫୦ଟି କାଠଗଣ୍ଡି ଜବତ ହୋଇଥିଲା। ମିତ୍ରପୁର ଫରେଷ୍ଟର ସରୋଜ କୁମାର ପ୍ରଧାନ, ବନ ରକ୍ଷକ କବିତା ମହାକୁଡ଼, ଫରେଷ୍ଟ ଗାର୍ଡ ମନୋରଂଜନ ସିଂ, ଫରେଷ୍ଟ ଗାର୍ଡ ସୁଲୋଚନା ବେହେରା ପ୍ରମୁଖଙ୍କ ସହ ଅନ୍ୟ ବିଭାଗୀୟ କର୍ମଚାରୀମାନେ ଚଢ଼ାଉରେ ସାମିଲ ଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp