ଭୁବନେଶ୍ୱର: ବିହାର ଭଳି ରାଜ୍ୟ ସରକାର ଆସନ୍ତା ଏପ୍ରିଲ ପହିଲା ପୂର୍ବରୁ ରାଜ୍ୟ ସଂପୂର୍ଣ୍ଣ ନିଶା ନିବାରଣ ପାଇଁ ଦାବି କରିଛି ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ। ଯଦି ରାଜ୍ୟ ସରକାର ବାସ୍ତବରେ ଏହାକୁ କାର୍ଯ୍ୟକାରୀ କରନ୍ତି ତେବେ ଏହା ଗାନ୍ଧୀଜୀଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଅଭିଯାନର ସଭାପତି ପଦ୍ମଚରଣ ନାୟକ ଏକ ପ୍ରେସ୍ ବିବୃତିରେ କହିଛନ୍ତି। ଶ୍ରୀ ନାୟକ କହିଛନ୍ତି ଯେ, ନିଶା ନିବାରଣ ପାଇଁ ୧୯୫୬ ମସିହାରୁ ଏକ ଆଇନ ପାରିତ ହୋଇ ରାଷ୍ଟ୍ରପତିଙ୍କ ସମ୍ମତି ପାଇ ପଡ଼ି ରହିଛି। ବିଜେଡିର ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ସ୍ୱାଇଁ ବିଧାନସଭାରେ ଏକ ବିଧେୟକ ୩ବର୍ଷ ତଳୁ ଆଣିଥିଲେ। ଏଥିରେ ସବୁଦଳର ସଦସ୍ୟମାନେ ସମ୍ମତି ପ୍ରକାଶ କରିଛନ୍ତି। ଏହାସତ୍ୱେ ରାଜ୍ୟରେ ଏହି ଆଇନ କାର୍ଯ୍ୟକାରୀ ହୋଇପାରି ନାହିଁ। ତେଣୁ ରାଜ୍ୟ ସରକାର ସଂପୂର୍ଣ୍ଣ ନିଶା ନିବାରଣ କରି ଗାନ୍ଧୀଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଅନ୍ତୁ ବୋଲି ଶ୍ରୀ ନାୟକ କହିଛନ୍ତି।
ସରକାର ଆସନ୍ତା ଏପ୍ରିଲ ପହିଲା ପୂର୍ବରୁ ସଂପୂର୍ଣ୍ଣ ନିଶା ନିବାରଣ କରନ୍ତୁ
ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ଦାବି
/sambad/media/post_attachments/wp-content/uploads/2018/09/download-72.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)