ବଢ଼ିଲା ଡିଜି ଅଭୟଙ୍କ କାର୍ଯ୍ୟକାଳ, ୨୦୨୧ ଡିସେମ୍ବର ଯାଏଁ ବୃଦ୍ଧି ନେଇ ଗୃହ ବିଭାଗର ବିଜ୍ଞପ୍ତି

କଟକ: ଡିଜି ଅଭୟଙ୍କ କାର୍ଯ୍ୟକାଳ ବୃଦ୍ଧି କଲେ ରାଜ୍ୟ ସରକାର । ୨୦୨୧ ଡିସେମ୍ବର ୩୧ ଯାଏ କାର୍ଯ୍ୟକାଳ ବୃଦ୍ଧି ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି | ପୁଲିସ ଡିଜି ଭାବେ ଅଭୟ ଡିସେମ୍ବର, ୨୦୧୯ରେ ଦାୟିତ୍ୱ ଗ୍ରହଣ କରିଥିଲେ | ୧୯୮୬ ବ୍ୟାଚର ଆଇପିଏସ୍‌ ଅଫିସର ଶ୍ରୀ ଅଭୟ ବିହାରର ପୂର୍ବ ଚମ୍ପାରନ ଜିଲ୍ଲାର ମୂଳ ବାସିନ୍ଦା। ଚାକିରି କାଳରେ ସେ ମୟୂରଭଞ୍ଜ, ବ୍ରହ୍ମପୁର, ମାଲକାନଗିରି ଜିଲ୍ଲାରେ ଏସ୍‌ପି ଭାବେ କାର୍ଯ୍ୟ କରିଛନ୍ତି। ୨୦୦୦ରୁ ୨୦୦୩ ମସିହା ପର୍ଯ୍ୟନ୍ତ ସିବିଆଇର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦ ପଦବିରେ କାର୍ଯ୍ୟ କରିଛନ୍ତି। ଏହାପରେ ସେ ରାଜ୍ୟ ଭିଜିଲାନ୍ସରେ ଡିଆଇଜି, ଆଇଜି ଓ ପୁଲିସ ମୁଖ୍ୟାଳୟର ଆଇଜି(ଅର୍ଥ) ଭାବେ ସଫଳତାର ସହି କାର୍ଯ୍ୟ କରିଛନ୍ତି।

୨୦୦୭ ସେପ୍ଟେମ୍ବର ୮ ତାରିଖରୁ ୨୦୦୯ ସେପ୍ଟେମ୍ବର ୭ ତାରିଖ ପର୍ଯ୍ୟନ୍ତ ଦୁଇ ବର୍ଷ କମନ୍‌ୱେଲଥ ଫଣ୍ତ ଅଫ୍‌ ଟେକନିକାଲ୍‌ କୋଅପରେସନ୍‌ ଅନ୍ତର୍ଗତ ଇକୋନମିକ ଆଣ୍ତ ଫାଇନାନ୍ସ କ୍ରାଇମ୍‌ କମିସନ ରିସର୍ଚ୍ଚ ଆଣ୍ତ ଟ୍ରେନି˚ ଇନ୍‌ଷ୍ଟିଚ୍ୟୁଟ୍‌, ନାଇଜେରିଆରେ ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିଲେ। ସେ ରାଜ୍ୟ ପୁଲିସ ବିଭାଗକୁ ଫେରି ପୁଲିସ ମୁଖ୍ୟାଳୟରେ ଆଇଜି(ପ୍ରଶାସନ), ଆଇଜି ସିଆଇଡି, କ୍ରାଇମ୍‌ବ୍ରାଞ୍ଚ, ଅତିରିକ୍ତ ଡିଜି ସିଆଇଡି, ଅତିରିକ୍ତ ନିର୍ଦ୍ଦେଶକ(ଆଇନ ଶୃଙ୍ଖଳା), ଅତିରିକ୍ତ ଡିଜି(ପର୍ସୋନେଲ୍‌), ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ, ସରକାରୀ ଛାପାଖାନର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି।

ପରେ ଶ୍ରୀ ଅଭୟ କେନ୍ଦ୍ରୀୟ ଡେପୁଟେସନରେ ଯାଇ ନୂଆଦିଲ୍ଲୀ ବିପିଆର‌୍‌ ଆଣ୍ତ ଡିରେ ଅତିରିକ୍ତ ଡିଜି, ସିଆର‌୍‌ପିଏଫ୍‌ରେ ଅତିରିକ୍ତ ଡିଜି(ପ୍ରଶିକ୍ଷଣ) ଭାବେ କାର୍ଯ୍ୟ ସମ୍ପାଦନ କରି ୨୦୧୮ ଜାନୁଆରି ୧ ତାରିଖରୁ ୨୦୧୮ ଜୁଲାଇ ୧୬ ତାରିଖ ପର୍ଯ୍ୟନ୍ତ ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋର ଡିଜି ଏବ˚ ୨୦୧୯ ଜୁଲାଇ ୧୭ ତାରିଖରୁ ହାଇଦ୍ରାବାଦଠାରେ ଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌ ଜାତୀୟ ପୁଲିସ ଏକାଡେମିରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ ସମ୍ପାଦନ କରିଛନ୍ତି। ଏହାପରେ ଡିସେମ୍ବର ମାସରେ ସେ ଓଡ଼ିଶା ପୁଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ |

ସମ୍ବନ୍ଧିତ ଖବର