ରାଉରକେଲା: ଇସ୍ପାତ ସହରରେ ଆଜିଠାରୁ ଦେଶର ସର୍ବବୃହତ୍ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ପ୍ରସ୍ତାବିତ ବିପିୟୁଟି ପରିସରସ୍ଥ ପ୍ରସ୍ତାବିତ ଅଂଚଳରେ ପୂଜାର୍ଚନା କରାଯାଇଛି। ବିଧାୟକ ସାରଦା ନାୟକ, ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନୀଲ ନରୱଣେ ଉପସ୍ଥିତ ରହି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
image source-the hinduପ୍ରାୟ ୧୩୦ କୋଟି ଟଙ୍କା ବ୍ୟୟରେ ଏହି ଷ୍ଟାଡିୟମ ନିର୍ମାଣ ହେବ। ଆସନ୍ତା ୨୦୨୩ ପୁରୁଷ ହକି ବିଶ୍ୱକପ ପାଇଁ ଏହି ଷ୍ଟାଡିୟମ ନିର୍ମାଣ କରାଯାଉଛି। ଯୁଦ୍ଧକାଳୀନ ଭିତ୍ତିରେ ବର୍ଷକ ଭିତରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଷ୍ଟାଡିୟମ ନିର୍ମାଣକୁ ନେଇ ଲାଗିରହିଥିବା କଳ୍ପନା ଜଳ୍ପନାର ଆଜି ଅନ୍ତ ଘଟିଛି। ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାପରେ ଜିଲ୍ଲାର କ୍ରୀଡ଼ାମହଲରେ ଉତ୍ସାହ ଖେଳିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/Rourkela-Hockey-Stadium-Works-Starts_Thumbnail.jpg)