ଜୟପୁର: ଜୟପୁର ବ୍ଲକର ୨୨ ପଂଚାୟତରେ  ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା )ରେ ୨୦୨୩-୨୪ଆର୍ଥିକ ବର୍ଷରେ ୨୮ଟି ବର୍ଗରେ ୧୭୦୫ ପ୍ରକଳ୍ପ ପାଇଁ ୨୩୧କୋଟି ୨୨ଲକ୍ଷ ଟଙ୍କା ଖର୍ଚ୍ଚ ଯୋଜନା ରହିଛି। ଏଥି ପାଇଁ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇଥିବା ଜୟପୁର ବିଡିଓ ରାଜୀବ ଦାସ, ଏପିଓ ମାନସରଂଜନ କର ସୂଚନା ଦେଇଛନ୍ତି।

Advertisment

ଏଥି ସହିତ ୬ଲକ୍ଷ ୮୨ହଜାର ୯୧୧ଶ୍ରମ ଦିବସ ସୃଷ୍ଟି କରାଯିବା ଲକ୍ଷ୍ୟ ରହିଛି। ମାନବସମ୍ବଳ ବିକାଶ ପାଇଁ କେନ୍ଦ୍ର ସରକାର ୭୦ ପ୍ରତିଶତ ରଖିବାକୁ ମାର୍ଗଦର୍ଶିକାରେ ଦର୍ଶାଇଥିବା ବେଳେ ଜୟପୁର ବ୍ଲକରେ ୮୦ପ୍ରତିଶତ ପ୍ରକଳ୍ପରେ  ସାମିଲ କରାଯାଇଛି। ସେଭଳି କୃଷି ଭିତ୍ତିକ ପ୍ରକଳ୍ପ ୫୦ପ୍ରତିଶତ ରଖିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ୭୨ ପ୍ରତିଶତ ରଖାଯାଇଥିବା କହିଛନ୍ତି ବିଡିଓ ଓ ଏପିଓ। ଏହା ସହ ମହିଳା ସ୍ବୟଂସହାୟକ ଦଳ ଗୁଡିକୁ ଅଧିକା ଗୁରୁତ୍ବ ଦେଇ ବିଭିନ୍ନ ପ୍ରକଳ୍ପରେ ସାମିଲ କରି ସେମାନଙ୍କର ଆର୍ଥିକ ସଶକ୍ତିକରଣ କରିବା ସହ ଉତ୍ତରଦାୟିତ୍ବକୁ ବୃଦ୍ଧି କରିବା ପାଇଁ  ଲକ୍ଷ୍ୟ ରଖାଯାଇଛି। ବ୍ୟକ୍ତିଗତ ବାଇଓଗ୍ୟାସ ୭ଟି ପ୍ରକଳ୍ପ ଏହି ଆର୍ଥିକ ବର୍ଷରେ କରାଯିବାକୁ ଯୋଜନା ରହିଛି।

publive-image

ସେପରି  ଅନୁଷ୍ଠାନିକ ପୋଷଣ ବଗିଚା ୨୫ଟି , ଆନୁଷ୍ଠାନିକ ଓ ଗୋଷ୍ଠୀଗତ ଗାଁରେ ବୃକ୍ଷରୋପଣ ୧୩ଟି , ‌ଚେକ୍ ଡ୍ୟାମ୍( ନାଳରେ ଆଡିବନ୍ଧ) ୬୮ଟି , ଜଳସଂରକ୍ଷଣ ପାଇଁ କାଉଣ୍ଟର ଷ୍ଟେ୍‌ରଂଚ ୯୬ଟି, ଗାଇ ଗୁହାଳ ୨୩୪ଟି , ଭୁତଳଗଭୀର କୁଅ ୪୧ଟି , ଇକୋ ପାର୍କ ୪ଟି , ଫାର୍ମପଣ୍ଡ(ବନ୍ଧ) ନିର୍ମାଣ  ୧୪୮ଟି ଓ ସୌନ୍ଦର୍ଯ୍ୟକରଣ ୧୨ଟି, ଜମି ହୀଡ଼ମରାମତି ଓ  ତିଆରି ୩୬୭ଟି, ଘାଟି ରାସ୍ତା ତିଆରି ୭ଟି, ଛେଳିଗୁହାଳ ୫୩ଟି, ଜମି ଉନ୍ନୟନ ୨୨୪ଟି, ବହୁମୁଖୀ ପୋଖରୀ ଯୋଜନା ୪ଟି, ନୂତନ ବନ୍ଧ ନିର୍ମାଣ ୨୮ଟି, ବନ୍ଧ ମରାମତି ୧୫୭ଟି,ଖେଳପଡ଼ିଆ ୪୩ଟି, କୁକୁଡା ଚାଷ ପ୍ରକଳ୍ପ ୫ଟି କରାଯିବା ଲକ୍ଷ୍ୟ ରହିଛି।  ନଦୀତଟ ବୃକ୍ଷ ରୋପଣ୧୪ଟି, ଗାଁକୁ ସଂଯୋଗ ରାସ୍ତା ୫୨ଟି, ଗ୍ରାମୀଣ ପାର୍କ ୨ଟି, ଗ୍ରାମୀଣ ହାଟ ୩ଟି, ଗୋଷ୍ଠୀ କେନ୍ଦ୍ରୀକ ପୋଷଣ ବଗିଚା ୧୭ଟି ଏଭଳି ୧୭୦୫ଟି ପ୍ରକଳ୍ପ କରାଯିବା ପାଇଁ କାର୍ଯ୍ୟଖସଡା ପ୍ରସ୍ତୁତ କରାଯାଇଛି। ଏଥିରେ ଶ୍ରମିକଙ୍କ ପାଇଁ ୧୬୧କୋଟି ୮୫ଲକ୍ଷ ଓ ସାମଗ୍ରୀକ କଂଚାମାଲ ପାଇଁ ୬୯କୋଟି ୩୭ଲକ୍ଷ ଏଭଳି ୨୩୧କୋଟି ୨୨ଲକ୍ଷର ଖର୍ଚ୍ଚ କରିବାକୁ କାର୍ଯ୍ୟଖସଡା ପ୍ରସ୍ତୁତ କରାଯାଇଛି। ଏହାକୁ ପ୍ରାରମ୍ଭିକ ଭାବେ ଜିଲ୍ଲାପ୍ରଶାସନ ଅନୁମୋଦନ କରିଥିବା ବିଡିଓ ଓ ଏପିଓ ସୂଚନା ଦେଇଛନ୍ତି।