ଖୋର୍ଧା ଓକିଲ ସଂଘର କାର୍ଯ୍ୟ ବନ୍ଦ

ଖୋର୍ଧା,: ଖୋର୍ଧା ସଦର ମହକୁମାରେ ଜିଲ୍ଲା ଜଜ୍‌ କୋର୍ଟ ସ୍ଥାପନ କରାଯାଇନାହିଁ। ଭିଜିଲାନସ କୋର୍ଟ, ବିଦ୍ୟୁତ୍‌ କୋର୍ଟ, ଜୁଭେନାଇଲ କୋର୍ଟ ସ୍ଥାପନ କରାଯାଇପାରି ନାହିଁ। ସେହିପରି ଖୋର୍ଧା ଜିଲ୍ଲାର ସଦର ମହକୁମାରେ ଥିବା କୋର୍ଟକୁ ସଦର ମହକୁମା କୋର୍ଟର ମାନ୍ୟତା ମିଳିନାହିଁ। ରାଜ୍ୟ ସରକାରଙ୍କ ଏଭଳି ଅଣଦେଖା ଓ ଉଦାସୀନତା ମନୋଭାବ ପ୍ରତିବାଦରେ ଖୋର୍ଧା ଜିଲ୍ଲା ବାର୍‌ ଆସୋସିଏସନ୍‌ ପକ୍ଷରୁ ଆଜି ଦିନକ ପାଇଁ କୋର୍ଟ କାର୍ଯ୍ୟ ବନ୍ଦ କରାଯାଇଛି। ଆସୋସିଏସନ୍‌ର ସଭାପତି ଶିଶିର କୁମାର ପରିଡ଼ାଙ୍କ ସଭାପତିତ୍ଵରେ ଆସୋସିଏସନର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ଆଜି ଦିନକ ପାଇଁ କୋର୍ଟ କାର୍ଯ୍ୟରୁ ବିରତ ରହିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହି ନିଷ୍ପତ୍ତି ଅନୁଯାୟୀ କୋର୍ଟ କାର୍ଯ୍ୟକୁ ଆସୋସିଏସନ ବର୍ଜନ କରିଥିଲା। ବୈଠକରେ ଆସୋସିଏସନ୍‌ର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର