ଧର୍ମଶାଳା: ଧର୍ମଶାଳା ବ୍ଲକ ଅଭୟପୁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ନିର୍ମାଣାଧୀନ ଓଭରହେଡ୍ ପାଣିଟାଙ୍କିରୁ ଖସି ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଠିକାସଂସ୍ଥାର ଜଣେ କର୍ମଚାରୀ ଆହତ ହୋଇଛନ୍ତି। ଆହତ କର୍ମଚାରୀ ପଶ୍ଚିମବଙ୍ଗ ରାଜ୍ୟର ରୁସ୍ତମ୍ ଅଲ୍ଲୀ (୬୫)।
ରୁସ୍ତମ୍ ଆଜି ପୂର୍ବାହ୍ଣରେ ପାଣିଟାଙ୍କି ଉପରେ କାମ କରୁଥିବା ବେଳେ ଭାରସାମ୍ୟ ହରାଇ ପ୍ରାୟ ୩୫ ଫୁଟ ତଳକୁ ଖସି ପଡ଼ିଥିଲେ। ତାଙ୍କ ମୁଣ୍ତ ଓ ହାତରେ ଗଭୀର ଆଘାତ ଲାଗିଛି। ସହକର୍ମୀମାନେ ତାଙ୍କୁ ନେଇ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।