ନୂଆପଡ଼ା : ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବୁଧବାର ଦିନ ଏକ ଅଘଟଣ ଘଟିଛି। ମୁଖ୍ୟଡାକ୍ତରଖାନା ଲିପ୍ଟରେ କାମ କରୁଥିବା ବେଳେ ଜଣେ ଶ୍ରମିକ ମୃତ ହୋଇଥିବା ଦେଖିବାକୁ ମିଳିଛି। ଏହି ଘଟଣାକୁ ଲୁଚେଇବା ପାଇଁ କାମ କରୁଥିବା କମ୍ପାନୀ ଘଣ୍ଟ ଘୋଡାଇବାକୁ ଆରମ୍ଭ କରିଛି। ପ୍ରକାଶ ଯେ ଆଜି ନୂଆପଡ଼ା ଏନଏସି ସାଲେଭଟା ଗ୍ରାମର ଲାଲାରାମ ସାହୁ(୪୫) ନୂଆପଡ଼ା ମୁଖ୍ୟ ଡାକ୍ତରଖାନା ନୂତନ କୋଠାର ୭ ମହଲା ଲିଫ୍ଟର କାମ କରୁଥିଲେ। ଲିଫ୍ଟର କାମ କରୁଥିବା ବେଳେ ହଠାତ୍ ଲିଫ୍ଟରୁ ପଡିଯିବାରୁ ଲାଲରାମଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ। ଡାକ୍ତର ଗୋଡ଼ ଭାଙ୍ଗିଯାଇଥିବା କହି ଲାଲାରାମଙ୍କୁ ରାୟପୁର ସ୍ଥାନାନ୍ତର କରିଥିଲେ। ରାୟପୁରକୁ ନେଇ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରୁଥିବା ବେଳେ ସେଠାରେ ଲାଲରାମ ସାହୁଙ୍କ ମୃତ୍ୟୃ ହୋଇଥିଲା। ପରେ ପରିବାର ମୃତ ଦେହକୁ ଘରକୁ ନେଇ ଆସିଛନ୍ତି। ବିନା ସୁରକ୍ଷାରେ ଶ୍ରମିକମାନଙ୍କୁ କାମ କରାଉଥିବା ବେଳେ ଆଜିର ଏହି ଅଘଟଣ ପରେ ଘଟଣାକୁ ଲୁଚାଇବା ପାଇଁ କାମ କରୁଥିବା କମ୍ପାନି ଜୋରଦାର୍ ଉଦ୍ୟମ କରୁଛି। ବର୍ତ୍ତମାନ ସୁଦ୍ଧା ନୂଆପଡ଼ା ଥାନାରେ ଏହା ଉପରେ କେଶ ହୋଇନଥିବା ଥାନା ଅଧିକାରୀ କହିଛନ୍ତି। ମୃତ ଲାଲାରାମଙ୍କ ୪ଟି ପୁଅ ଅଛନ୍ତି ବୋଲି ଜଣାପଡିଛି।
ନୂଆପଡ଼ା ମୁଖ୍ୟ ଡାକ୍ତରଖାନାର ଲିଫ୍ଟରେ କାମ କରୁଥିବା ବେଳେ ଲିଫ୍ଟରୁ ପଡି ଶ୍ରମିକ ମୃତ, ଘଟଣାକୁ ଲୁଚାଇବାକୁ କମ୍ପାନୀର ଉଦ୍ୟମ
/sambad/media/post_attachments/wp-content/uploads/2019/11/dead-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)