ଓଡ଼ାପଡ଼ା: ଓଡ଼ାପଡ଼ା ବ୍ଲକ ହିନ୍ଦୋଳ ରୋଡ ଫାଣ୍ଡି ଅନ୍ତର୍ଗତ ପୋଡାପଡା ଗ୍ରାମର ଜଣେ ଶ୍ରମିକ କେନାଲରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି। ତାଙ୍କର ବୟସ ୪୫ ବର୍ଷ ଏବଂ ନାମ ନିତ୍ୟାନନ୍ଦ ବେହେରା ବୋଲି ଜଣାପଡ଼ିଛି। ସେ ଗତ ସନ୍ଧ୍ୟାରେ ଗ୍ରାମ ନିକଟସ୍ଥ ରେଙ୍ଗାଳି ଦକ୍ଷିଣ କେନାଲକୁ ଗାଧୋଇବା ପାଇଁ ଯାଇଥିଲେ।
ସେଠାରେ ଗାଧୋଇବା ସମୟରେ ଅସାବଧାନତା ଯୋଗୁ ଗୋଡ଼ ଖସିଯିବାରୁ ନିତ୍ୟାନନ୍ଦ ପାଣିରେ ବୁଡ଼ି ଯାଇଥିଲେ। ଖବର ପାଇ ହିନ୍ଦୋଳ ରୋଡ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗତକାଲି ଖୋଜାଖୋଜି କରିବା ପରେ ନିତ୍ୟାନନ୍ଦଙ୍କୁ ପାଇ ନଥିଲେ।
ଗୁରୁବାର ସକାଳୁ ତାଙ୍କ ମୃତ୍ୟ ଦେହ ଉଦ୍ଧାର କରାଯାଇଥିଲା। ଖବର ପାଇ ହିନ୍ଦୋଳ ରୋଡ ଫାଣ୍ଡି ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଢେ଼ଙ୍କାନାଳ ଡାକ୍ତରଖାନାକୁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡିଛି।
ରବିନାରାୟଣ ବେହେରା, ଓଡ଼ାପଡ଼ା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/10/02/worker-dies-after-falling-into-rengali-south-canal-2025-10-02-09-56-10.jpg)