କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ସଦର କଲ୍ୟାଣୀ ନଦୀର ସୁରକ୍ଷା କାନ୍ଥରେ ସଟର ପ୍ଲେଟ ବାହାର କରିବା ବେଳେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକଙ୍କ ନାମ ହେଲା କାଶରୀ ମାଝୀ(୫୫)। କାଶୀପୁର ବ୍ଳକର ମଣିଷ ଗାଁ ପଞ୍ଚାୟତର ସିଙ୍ଗାରି ଖଡ଼କା ଗ୍ରାମର ବୋଲି ଜଣାପଡ଼ିଛି। ଆଜି ସକାଳେ କଲ୍ୟାଣୀ ନଦୀ ନିକଟରେ ପୋଲ ଓ ରାସ୍ତାକୁ ସୁରକ୍ଷା ଦେବାକୁ ଥିବା କାନ୍ଥ ନିର୍ମାଣରେ ଲାଗିଥିବା ସଟର ପ୍ଲେଟ ବାହାର କରୁଥିବା ସମୟରେ ଏହି ଘଟଣା ଘଟିଛି।

Advertisment

publive-image

ଏହି ଘଟଣା ସଂପର୍କରେ ଶ୍ରମିକମାନେ ପୁଲସକୁ ଜଣାଇଥିଲେ। ପରେ ପୁଲିସ ଆସି ତଦନ୍ତ ଚଳାଇଥିବା ବେଳେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଆସି ପହଞ୍ଚିଥିଲେ। ତାପରେ ମୃତକଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ।