ସମ୍ବଲପୁର: ସିନ୍ଦୁରପଙ୍କ ନିକଟରେ ରେଳ ଦୋହରୀକରଣ ଚାଲିଥିବା ବେଳେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଜମନକିରାର ସୁରଚାନ୍ଦ ସାମଦ(୧୮) ବୋଲି ଜିଆର୍ପି ପୁଲିସ କହିଛି। ପୁଲିସ ସୂଚନା ଅନୁଯାୟୀ, ରେଳ ଦୋହରୀକାମ ଚାଲିଥିବା ବେଳେ ଶୁକ୍ରବାର ସକାଳ ୯ଟା ସମୟରେ ଏକ ରୋଲର୍ ଶ୍ରମିକ ଭାବେ କାମ କରୁଥିବା ସୁରଙ୍କ ଉପରେ ଚଢ଼ି ଯାଇଥିଲା।
ସୂଚନା ପାଇ ସମ୍ବଲପୁର ଜିଆର୍ପି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ(ଡିଏଚ୍ଏଚ୍)କୁ ଆଣିଥିଲା। ସଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୃତଦେହକୁ ଡିଏଚ୍ଏଚ୍ର ଶବଗୃହରେ ରଖାଯାଇଛି। ଶନିବାର ଶବ ବ୍ୟବଚ୍ଛେଦ କରାଯିବ। ତେବେ ଏ ନେଇ ଜିଆର୍ପି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ରୋଲର୍ ଚାଳକଙ୍କୁ ଅଟକ ରଖିଛି। ରୋଲର୍କୁ ମଧ୍ୟ ପୁଲିସ ଜବତ କରିଛି।