ଖୋର୍ଧା : ଖୋର୍ଧା ଶିଳ୍ପାଞ୍ଚଳରେ ଥିବା ବ୍ରିଟାନିଆ କାରଖାନାରେ ଶ୍ରମିକ ଅଶାନ୍ତି ଦେଖାଦେଇଛି। କାରଖାନାର ୬ଜଣ କର୍ମଚାରୀଙ୍କୁ ନିଲମ୍ବନ କରାଯିବା ନିଷ୍ପତ୍ତି ପ୍ରତିବାଦରେ ବ୍ରିଟାନିଆ ଏମ୍ପ୍ଲୋଇଜ୍‌ ୟୁନିୟନ୍‌ ପକ୍ଷରୁ କାରଖାନା ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଥିଲା। ଏହି ନିଲମ୍ବନ ଆଦେଶ ପ୍ରତ୍ୟାହାର କରା ନ ଯିବା ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ ବୋଲି ବ୍ରିଟାନିଆ ଏମ୍ପ୍ଲଇଜ୍‌ ୟୁନିୟନର ସାଧାରଣ ସମ୍ପାଦକ ଡି. ମହାନ୍ତି ଜଣାଇଛନ୍ତି। ସଂଘ ପକ୍ଷରୁ ଏ ସମ୍ପର୍କରେ କାରଖାନା କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବା ସହ ଶ୍ରମ ବିଭାଗ, ପ୍ଲାଣ୍ଟ ମ୍ୟାନେଜର, ଏସପି ପ୍ରମୁଖଙ୍କୁ ଅବଗତ କରାଯାଇଛି। କମ୍ପାନିର ଏଭଳି ବେଆଇନ ଓ ମନମୁଖୀ କାର୍ଯ୍ୟକୁ ବ୍ରିଟାନିଆ ଏମ୍ପ୍ଲଇଜ୍‌ ୟୁନିୟନ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି।