କାରଖାନା ପରିସରରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର

ବେଦବ୍ୟାସ: ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ କଲୁଙ୍ଗା ଶିଳ୍ପାଞ୍ଚଳସ୍ଥିତ ମହାବୀର ଫେରୋ ଆଲୋୟେଜ୍‌ କାରଖାନାରେ ଜଣେ ଶ୍ରମିକ ବେକରେ ଫାଶି ଲଗାଇ ଆହ୍ମହତ୍ୟା କରିଛନ୍ତି। ମୃତ ଶ୍ରମିକ ଜଣଙ୍କ ଝାଡ଼ଖଣ୍ଡ ପାକୁଡ଼ା ଥାନା ଅନ୍ତର୍ଗତ ବଡ଼ମହଲା ଗ୍ରାମର ମାରେଙ୍ଗ ମୁର୍ମୁ(୩୫)।

ପୁଲିସ ସୂତ୍ରରୁ ପ୍ରକାଶ ଝାଡ଼ଖଣ୍ଡ ଅଞ୍ଚଳର ମା‌ରେଙ୍ଗ ମୁର୍ମୁ ଗତ ୩ ଦିନ ତଳେ ମାହାବୀର ଫେ‌ରୋ କାରଖାନାକୁ କାମ କରିବାକୁ ଆସିଥିଲେ। ମାତ୍ର ଆଜି ସକାଳେ ମାଲ ପରିବହନ ଟ୍ରେନ୍‌ ୱାଗନର ଏକ ଲୁହା ହୁକ୍‌ରେ ତାଙ୍କ ମୃତ‌ଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା।

ଏ ସଂପର୍କରେ ଖବର ପାଇ ବ୍ରାହ୍ମଣୀତରଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତନାଘନା ଆରମ୍ଭ କରିଥିଲା। ମଙ୍ଗଳବାର ପରିବାର ଲୋକେ ଆସିବା ପରେ ଶବ ବ୍ୟବଚ୍ଛେଦ ହେବ‌ ଏବଂ ବ୍ୟବଚ୍ଛେଦ ପରେ ଏହା ଦୁର୍ଘଟଣାଜନିତ ନା ଆତ୍ମହତ୍ୟା ତାହା ସ୍ପଷ୍ଟ ‌ହେବ। ବୋଲି ପୁଲିସ ପ୍ରକାଶ କରିଛି।

ସମ୍ବନ୍ଧିତ ଖବର