ଝାରସୁଗୁଡ଼ା: ଝାରସୁଗୁଡ଼ା ବେଦାନ୍ତ କାରଖାନା ଭିତରେ ଜଣେ ଶ୍ରମିକଙ୍କ ଅସ୍ବାଭାବିକ ଭାବେ ମୃତ୍ୟୁ ହୋଇଛି। ଏହାକୁ ନେଇ ବେଦାନ୍ତ ଗେଟ୍‌ ବାହାରେ ତୀବ୍ର ଉତ୍ତେଜନା ଦେଖାଦେଇଛି।
ପୁଲିସ ସୂତ୍ରରୁ  ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ସକାଳେ ଭୁର୍କାମୁଣ୍ଡା ଗ୍ରାମର ଜଣେ ଶ୍ରମିକ ସୁମସ୍ତ ବଢ଼େଇ(୩୫ ବର୍ଷ) କାରଖାନା ଭିତରେ କାମ କରୁଥିବାବେଳେ ହଠାତ୍‌ ବେହୋସ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ବେଦାନ୍ତ କାରଖାନାଠାରେ ଥିବା ଆପୋଲ ଓ ପରେ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା।

Advertisment

ଅପରାହ୍‌ଣ ୩ ଟାରେ ମୃତ୍ୟୁ ହୋଇଯାଇଥିଲା। କାରଖାନାର ବିଷାକ୍ତ ଗ୍ୟାସ୍‌ରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରି ‌ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ଶ୍ରମିକମାନେ ଅଡ଼ି ବସିଥିଲେ। ଖବର ଲେଖା ଯିବା ପର୍ଯ୍ୟନ୍ତ ଗେଟ୍‌ ବାହାରେ ଶବ ରଖି ଆନ୍ଦୋଳନ ଚାଲିଥିବା ଜଣାଯାଇଛି।