ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ କଂଗ୍ରେସରେ ଯୋଗଦେଲେ ଶତାଧିକ ଯୁବକ ଓ ମହିଳା

ଭୁବନେଶ୍ବର :ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଶତାଧିକ ଯୁବକ ଓ ମହିଳା ଆଜି କଂଗ୍ରେସରେ ଯୋଗଦେଇଛନ୍ତି। ଏ ନେଇ ପିସିସି କାର୍ଯ୍ୟାଳୟରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କଂଗ୍ରେସ ନେତା ରଜନୀ ମହାନ୍ତି, ସୁଭଦ୍ରା ମିଶ୍ର ଓ ଅଶୋକ ସାହୁଙ୍କ ନେତୃତ୍ବରେ ଆସିଥିବା ସତ୍ୟନଗର, ଖାରବେଳ ନଗର, ସହିଦ ନଗର, ୟୁନିଟ-୭, ୟୁନିଟ୍-୯, ୟୁନିଟ୍-୪, ୟୁନିଟ୍-୩ ଅଞ୍ଚଳର ଶହେରୁ ଅଧିକ ଯୁବକ ଓ ମହିଳାଙ୍କୁ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଏବଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପୁଷ୍ପମାଲ୍ୟ ଦେଇ ସ୍ବାଗତ କରିଥିଲେ। ଏତେସଂଖ୍ୟକ ମହିଳା ଓ ଯୁବକଙ୍କ ଯୋଗଦାନ ଦଳକୁ ସୁଦୃଢ଼ କରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଏହି ମିଶ୍ରଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରା, ଶ୍ରୀୟାସ୍ମିତା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର