ଦାନଗଦୀ : କଳିଙ୍ଗନଗର ଶିଳ୍ପାଞ୍ଚଳ ଶ୍ରମିକ ଶୋଷଣ ଚରମ ସୀମାରେ ପହଞ୍ଚିଛି। ଶିଳ୍ପାନୁଷ୍ଠାନର ମାଲିକ ଓ କର୍ମକର୍ତ୍ତାମାନେ ଶ୍ରମ ବିଭାଗ ଓ ପୁଲିସକୁ କରାୟତ କରି ଶ୍ରମିକମାନଙ୍କର ଝାଳବୁହା ପରିଶ୍ରମର ମଜୁରି ଦେଉନାହାନ୍ତି। ଏପରିକି କେତେକ କାରଖାନାର ହଜାରହଜାର ଶ୍ରମିକ ମଜୁରି ନପାଇ ଭୋକ ଉପବାସରେ ଦିନ କାଟୁଛନ୍ତି। ଭୋକିଲା ଶ୍ରମିକ ଆନ୍ଦୋଳନ କଲେ ମଧ୍ୟ ପ୍ରଶାସନ ଓ ପୁଲିସର ନାଲି ଆଖି ଭୟରେ ନିରବ ରହିବାକୁ ବାଧ୍ୟ ହେଉଛନ୍ତି। ଏପରିକି କାରଖାନା ଠିକାଦାରମାନେ ମଧ୍ୟ ଶ୍ରମିକମାନଙ୍କୁ ଠକିବା ଆରମ୍ଭ କରିଛନ୍ତି। ଶୁକ୍ରବାର ଦିନ ସାଗର ସିମେଣ୍ଟ କାରଖାନାର ଶ୍ରମିକମାନେ ଆନ୍ଦୋଳନ କରିଥିଲେ।
ଯଖପୁରା ଥାନା ଅଞ୍ଚଳରେ ଥିବା ସାଗର ସିମେଣ୍ଟ କାରଖାନା ସାମ୍ମୁଖରେ ବକେୟା ମଜୁରି ପାଇନଥିବା ଶ୍ରମିକମାନେ ଶୁକ୍ରବାର ଦିନ ଆନ୍ଦୋଳନ କରିଥିଲେ। କାରଖାନାରେ କାର୍ଯ୍ୟରତ ଆରକେଡି ଠିକା ସଂସ୍ଥା ଅଧୀନରେ କମ କରୁଥିବା ଶତାଧିକ ଶ୍ରମିକ ସେମାନଙ୍କର ୨ମାସର ମଜୁରି ନପାଇ କାରଖାନା ସାମ୍ନାରେ ଶୁକ୍ରବାର ସକାଳୁ ଆନ୍ଦୋଳନରେ ବସିଥିଲେ। ଫଳରେ ଦୀର୍ଘ ସମୟ ଧରି କାରଖାନା ଫାଟକ ବନ୍ଦ ରହିଥିଲା। ଯଖପୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଆସନ୍ତାକାଲି ଠିକାଦାର କାରଖାନାରେ ପହଞ୍ଚି ମଜୁରି ପ୍ରଦାନ କରିବା ସହ ଆଲୋଚନା କରି ସମାଧାନ କରିବାକୁ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/f0fec7ef-56ac-4682-ab78-a8eb4ff5d7d9.jpg)