ଡୁଙ୍ଗୁରିପାଲି : ଡୁଙ୍ଗୁରିପାଲିଠାରେ ଥିବା ଭାରତୀୟ ଖାଦ୍ୟ ନିଗମରେ ସ୍ଥାନୀୟ ଶ୍ରମିକଙ୍କୁ କାମ ଦେବା ଦାବିରେ ବୁଧବାର ଡୁଙ୍ଗୁରିପାଲି ପଞ୍ଚାୟତର ଡୁଙ୍ଗୁରିପାଲି, ଚିଙ୍ଗେରକଣ୍ଟା ଓ ଗମ୍ଭାରିପାଲି ଗ୍ରାମର ଶ୍ରମିକମାନେ ଧାରଣା ଦେଇଥିବା ଜଣାଯାଇଛି।
ପ୍ରାପ୍ତ ସୂଚନା ଅନୁସାରେ, ଡୁଙ୍ଗୁରିପାଲିଠାରେ ଥିବା ଭାରତୀୟ ଖାଦ୍ୟ ନିଗମର ନିୟମିତ ଶ୍ରମିକଙ୍କୁ ଅନ୍ୟତ୍ର ବଦଳି ହୋଇଥିବା ଖବର ପାଇ ବୁଧବାର ଶତାଧିକ ଶ୍ରମିକ ଏଫ୍ସିଆଇକୁ ଯାଇ କାମ କରିବାକୁ ଦାବି କରିଥିଲେ। ଡୁଙ୍ଗୁରିପାଲି ଏଫ୍ସିଆଇରେ ଡୁଙ୍ଗୁରିପାଲି ପଞ୍ଚାୟତର ଶ୍ରମିକଙ୍କୁ ନିୟୋଜିତ କରା ନଗଲେ ଅସମ୍ଭାଳ ହେବ ବୋଲି ଶ୍ରମିକମାନେ ଚେତାଇ ଦେଇଥିଲେ। ମ୍ୟାନେଜର ପବନ ରାମଚନ୍ଦାନି ଶ୍ରମିକମାନଙ୍କୁ ନିୟୋଜିତ କରିବା ପାଇଁ ଠିକାଦାର ଦାୟିତ୍ବ ନେଇଥିବା ପ୍ରକାଶ କରିଥିଲେ। ଶ୍ରମିକ ଅଶାନ୍ତି ବୃଦ୍ଧି ହେଉଥିବା ଆଶଙ୍କା କରି ମ୍ୟାନେଜର ଶ୍ରୀ ଚନ୍ଦାନି ପୁଲିସକୁ ଖବର ଦେଇଥିଲେ। ଥାନାଧିକାରୀ ସୁବ୍ରତ ପାଣିଗ୍ରାହୀ ଘଟଣାସ୍ଥଳକୁ ଆସି ଗେଟ୍ ବାହାରେ ରହିବା ପାଇଁ କହିବା ପରେ ସମସ୍ତ ଶ୍ରମିକ ଗେଟ ସମ୍ମୁଖରେ ଧାରଣା ଦେଇଥିଲେ। ପରେ ଠିକାଦାର ଆସି ସ୍ଥାନୀୟ ଶ୍ରମିକମାନଙ୍କୁ ପ୍ରାଧାନ୍ୟ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ମୃତ୍ୟୁଞ୍ଜୟ ମିଶ୍ରଙ୍କ ତତ୍ବାବଧାନରେ ୧୧ ଜଣିଆ କମିଟି ଗଠନ କରି ଶ୍ରମିକ ନିୟୋଜନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ପ୍ରକାଶ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/d997b371-dee3-472d-82de-43d6e52cb5e3.jpg)