ବୌଦ୍ଧ : ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଶ୍ରମିକମାନେ ଦଳବଦ୍ଧ ଭାବରେ ଠିକାଦାର ପାଖରେ କାମ କରୁଥିଲେ। ଗତବର୍ଷ ବୌଦ୍ଧ ଜିଲ୍ଲାର ଦୁଇଜଣ ଠିକାଦାର ଓ ଭୁବନେଶ୍ବରର ଜଣେ ଠିକାଦାର ପାଖରେ ଏମାନେ କାମ କରୁଥିଲେ। ତିନି ଠିକାଦାରଠାରୁ ସେମାନେ ୪ ଲକ୍ଷ ଟଙ୍କା ପାଇବାକୁ ଥିବା ବେଳେ ମିଳିଛି ୨ ଲକ୍ଷ ଟଙ୍କା। ଟଙ୍କା ମାଗିଲେ ସେମାନଙ୍କୁ ଧମକ ଚମକ ଦେଉଛନ୍ତି ସଂପୃକ୍ତ ଠିକାଦାର।
ଏ ନେଇ ଯୁବକମାନେ ପୂର୍ବରୁ ଶ୍ରମ ଅଫିସରେ ଅଭିଯୋଗ କରିଥିଲେ। ହେଲେ କୌଣସି ସୁଫଳ ମିଳିନାହିଁ। ଫଳରେ ସୋମବାର ବନମାଳୀ ଉର୍ମା, ସରୋଜ ପାତ୍ର, ରବି ଜଗଦଲା, ମନମୋହନ ଉର୍ମାଙ୍କ ସହ ଯୁବକମାନେ ମଣ୍ଡଳ ଶ୍ରମ ଆୟୁକ୍ତଙ୍କ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି।