ଓଡିଶା ଫେରିଲେ କର୍ଣ୍ଣାଟକରେ ଫସିଥିବା ୪୮ ଜଣ ଦାଦନ ଶ୍ରମିକ, ଠିକାଦାର ଟଙ୍କା ହଡପ କରିନେଇଥିବା ଆଣିଲେ ଅଭିଯୋଗ

ବ୍ରହ୍ମପୁର: ଓଡିଶା ଫେରିଛନ୍ତି କର୍ଣ୍ଣାଟକରେ ଫସିଥିବା ୪୮ ଜଣ ଦାଦନ ଶ୍ରମିକ | ଶ୍ରମ ବିଭାଗର ହସ୍ତକ୍ଷେପ ପରେ ଏହି ଶ୍ରମିକମାନେ ଓଡିଶା ଫେରିଛନ୍ତି | ମିଳିଥିବା ସୂଚନା ମୁତାବକ ଗଂଜାମ ଜିଲ୍ଲା ସାନଖେମୁଣ୍ଡି ଅଞ୍ଚଳର ପ୍ରାୟ ୪୮ ଜଣ ଶ୍ରମିକ ସ୍ଥାନୀୟ ଆଡପଡା ଅଂଚଳର ଜଣେ ଠିକାଦାରଙ୍କ ଜରିଆରେ କାମ କରିବାକୁ କର୍ଣ୍ଣାଟକ ଯାଇଥିଲେ | କର୍ଣ୍ଣାଟକର ବାଡି ନିକଟସ୍ଥ ଏକ କମ୍ପାନୀରେ ଏହି ଶ୍ରମିକମାନେ କାମ କରୁଥିଲେ | ତେବେ ଦୀର୍ଘ ୪ ମାସରୁ ଉର୍ଧ୍ଵଦିନ ହେଲା ଏମାନେ ଦରମା ପାଇନଥିଲେ |

ଏମାନଙ୍କୁ ନେଇଥିବା ଠିକାଦାର ଜଣକ ସେମାନଙ୍କ ଟଙ୍କା ହଡପ କରିଥିବାର ଅଭିଯୋଗ ଆଣିଥିଲେ | କିଛି ଦିନ ତଳେ ଜିଲ୍ଲା ପ୍ରଶାସନକୁ ଜଣାଇଥିବାବେଳେ ଶ୍ରମ ଅଧିକାରୀଙ୍କୁ ଫୋନ କରି ଜଣାଇଥିଲେ |

ଶ୍ରମ ବିଭାଗ ପକ୍ଷରୁ କମ୍ପାନୀ କର୍ତୃପକ୍ଷଙ୍କୁ ସେମାନଙ୍କୁ ମୁକ୍ତ କରିବା ପାଇଁ କୁହାଯାଇଥିଲା | ଏହା ପରେ କମ୍ପାନୀ ସେମାନଙ୍କୁ ଛାଡିଦେଇଥିଲା | ବିଳମ୍ବିତ ରାତିରେ ଶ୍ରମିକମାନେ ବ୍ରହ୍ମପୁର ଷ୍ଟେସନରେ ପହଂଚିବା ପରେ ଶୀତ କାକରରେ ଗତକାଲିଠାରୁ ବସିରହିଛନ୍ତି | ଶ୍ରମ ଅଧିକାରୀ ଆସି ଠିକାଦାରଠାରୁ ଉଚିତ ପ୍ରାପ୍ୟ ଦେଲେ ହିଁ ସେମାନେ ଗାଁକୁ ଫେରିବେ ବୋଲି କହିଛନ୍ତି |

ସମ୍ବନ୍ଧିତ ଖବର