ଆନ୍ଧ୍ରପ୍ରଦେଶରୁ ୧୫୭୦ କିଲୋମିଟର ରାସ୍ତା ଅତିକ୍ରମ କରି ବାଇକରେ ରାଉରକେଲା ବାଟ ଦେଇ ବିହାରର ଗୟାକୁ ଫେରିଲେ ୫ ଶ୍ରମିକ

ରାଉରକେଲା: ଲକଡାଉନ ଯୋଗୁ କାମ କରିବାକୁ ଯାଇ ବାହାର ରାଜ୍ୟରେ ଫସିଥିବା ଶ୍ରମିକଙ୍କ ଦୁର୍ଦଶା ବଢିଯାଇଛି l ରାଜ୍ୟସରକାରଙ୍କ ନିର୍ଦେଶକୁ କାରଖାନା ମାଲିକମାନେ ମାନୁନାହାନ୍ତି l ଗତକାଲି ଆନ୍ଧ୍ରପ୍ରଦେଶରୁ ବିହାରର ଗୟାରୁ ଫେରୁଥିବା ୫ ସାଙ୍ଗ ବସ୍ତିବାସିନ୍ଦାଙ୍କ ଆଗରେ ଏମିତି ଦୁଃଖ ବଖାଣିଛନ୍ତିl ସେମାନଙ୍କ ଭିତରୁ ରାହୁଲ କୁମାର , ପବନ କୁମାର, ଚନ୍ଦନ କୁମାର ଦୁଃଖ ବଖାଣିଛନ୍ତିl

ସେମାନେ ଏକ ମାର୍ବଲ କାରଖାନାରେ କରୁଥିଲେ l ଲକଡାଉନ ପରେ ମାଲିକ ଶ୍ରମିକଙ୍କ କଥା ନ ବୁଝି କାରଖାନା ବନ୍ଦ କରି ଚାଲିଯାଇଥିଲେ l ଦରମା ଦେଇ ନ ଥିଲେ କି ଖାଇବା କଥା ବୁଝିନଥିଲେ l କିଛି ଉପାୟ ନ ପାଇ ଗତ ୫ ଦିନ ତଳେ ଭୋକ ଉପାସରେ ୫ ସାଙ୍ଗ ବାଇକରେ ଘରକୁ ବାହାରିଥିଲେ l ଗୁଗୁଲ୍ ମ୍ୟାପ୍ ସହାୟତାରେ ଗତକାଲି ରାତି ୭ଟାରେ ସମ୍ବଲପୁର ଅଇଁଠାପାଲି ଛକରେ ପହଞ୍ଚିଥିଲେl ସେଠାରୁ ବିଜୁ ଏକ୍ସପ୍ରେସ ୱେରେ ଆସି ରାତି ପ୍ରାୟ ୧୨ଟା ସମୟରେ ରାଉରକେଲା ବେଦବ୍ୟାସ ଛକରେ ପହଞ୍ଚିଥିଲେ l

ସେଠାରେ ବାଟ ଜାଣି ନ ପାରି ବୀରମିତ୍ରପୁର ୧୪୩ ନମ୍ବର ଜାତୀୟ ରାଜପଥରେ ଯିବା ପରିବର୍ତ୍ତେ ବେଦବ୍ୟାସ ମନ୍ଦିର ବସ୍ତି ରୋଡରେ ପଶିଯାଇଥିଲେ l ବସ୍ତିବାସିନ୍ଦା ଚୋର ଭାବି ସମସ୍ତଙ୍କୁ ବେଦବ୍ୟାସ ଗୁରୁକୁଳ ସମ୍ମୁଖ ପଡ଼ିଆରେ ଅଟକ ରଖି ବ୍ରାହ୍ମଣୀତରଙ୍ଗ ଥାନାକୁ ଖବର ଦେଇଥିଲେ l ପିସିଆର ଗାଡ଼ି ପହଞ୍ଚି ସେମାନଙ୍କ ପରିଚୟ ଦେଖାଇବାକୁ କହିଥିଲେ l ସମସ୍ତେ ନିଜ ନିଜର ପରିଚୟ ପତ୍ର ଦେଖାଇଥିଲେ l ଚାରିଦିନ ହେବ କିଛି ଖାଇ ନ ଥିବାରୁ ବସ୍ତିବାସିନ୍ଦା ସେମାନଙ୍କୁ ଖାଇବାକୁ ଦେଇଥିଲେ l ଛାଡ଼ି ଦେବାକୁ ନେହୁରା ହେବାରୁ ମାନବିକତା ଦୃଷ୍ଟିରୁ ପୁଲିସ କର୍ମଚାରୀମାନେ ସେମାନଙ୍କୁ ଛାଡ଼ି ଦେଇଥିଲେl

ସମ୍ବନ୍ଧିତ ଖବର