ଭଦ୍ରକ: ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ପେନାଲ ଓକିଲମାନଙ୍କର ଏକ ତାଲିମ ପ୍ରଶିକ୍ଷଣ ଶିବିର  ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ଭଦ୍ରକର ଜିଲ୍ଲା ଦୌରା ଜଜ୍  ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ କୁମାର ନାୟକ ଅଧ୍ୟକ୍ଷତା କରିଥିଲେ। ପ୍ରଶିକ୍ଷଣ ଶିବିରରେ ୬ଟି ପର୍ଯ୍ୟାୟରେ ତାଲିମ ପ୍ରଦାନ କରା ଯାଇଥିଲା। ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନେହା ଅଗ୍ରୱାଲଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ସ୍ଵତନ୍ତ୍ର ବିଚାରପତି ( ପୋକ୍ସୋ) ମୁକ୍ତି ରଞ୍ଜନ ଶତପଥୀ, ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ତଥା ସହକାରୀ ଦୌରା ଜଜ୍ ସଂଗୀତା ପାଣି, ଅତିରିକ୍ତ ଦେୱାନୀ ବିଚାରପତି ଏବଂ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ (ଏଲଆର), ପ୍ରଜ୍ଞା ପାରମିତା ମହାନ୍ତି ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନେହା ଅଗ୍ରୱାଲା, ବରିଷ୍ଠ ଆଇନଜୀବୀ ପର୍ଶୁରାମ ଦ୍ବିବେଦୀ, ବରିଷ୍ଠ ଅଧିବକ୍ତା ଚନ୍ଦ୍ରଶେଖର ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ପେନାଲ ଓକିଲମାନଙ୍କୁ ଆଇନର ବିଭିନ୍ନ ବିଷୟ ଓ ଦିଗ ଉପରେ ଆଲୋଚନା ଓ ପର୍ଯ୍ୟାଲୋଚନା କରିଥିଲେ। ପ୍ରଶିକ୍ଷଣ ଶିବିରରେ ତାଲିମ ପ୍ରଦାନ କରିବା ସହ ଅସହାୟ ଗରିବ ଲୋକଟି ଯେପରି ନ୍ୟାୟ ପାଇବାରୁ ବଂଚିତ ନହୁଏ ସେଥିପ୍ରତି ପେନାଲ ଓକିଲମାନଙ୍କ ଗୁରୁ ଦାୟିତ୍ୱ ରହିଥିବା ବିଷରେ ଗୁରୁତ୍ୱାରୋପ କାରିଥିଲେ।
Advertisment
ସମ୍ପତି ସମ୍ପର୍କିତ ଆଇନ,  ଭାରତୀୟ ସାକ୍ଷ୍ୟ ଵିଧି ଆଇନ ମୁତାବକ ପ୍ରମାଣ ବା ଚିହ୍ନଟ କରିବା ପାଇଁ ତଥ୍ୟ ସମ୍ପର୍କିତ ଆଇନ, ନାବାଳିକା ଯୌନ ନିର୍ଯାତା ନିରୋଧ ଆଇନର  ବିଭିନ୍ନ ଧାରା, ଉପଧାରା ଓ ବାଳ ଅପରାଧିଙ୍କ ସମ୍ପର୍କିତ ଯୌନ ଶୋଷଣ ଆଇନ ୨୦୧୨ ତଥା ବିଭିନ୍ନ ଅପରାଧ ଆଧାରିତ ଆଇନ ଓ ଏସବୁ ପ୍ରଚଳନ ପାଇଁ ଆଇନ ସେବା ପ୍ରାଧିକରଣର ଭୂମିକା ସମ୍ବନ୍ଧୀୟ ଆଇନ ତଥା ପେନାଲ ଓକିଲ ମାନଙ୍କର ଆଇନ ସେବା ପ୍ରାଧିକରଣରେ ସେମାନେଙ୍କ ଭୂମିକା  ସମ୍ବନ୍ଧରେ ଆଲୋଚନା କରା ଯାଇଥିଲା।  ପେନାଲ ଆଇନଜୀବୀମାନେ ଏହି କାର୍ଯ୍ୟ କ୍ରମରେ ଯୋଗଦାନ କରି ତାଲିମ ପ୍ରାପ୍ତ ହୋଇ ଥିଲେ। ତାଲିମ ପ୍ରଦାନ କାର୍ଯ୍ୟ କ୍ରମରେ ସହକାରୀ ଦୌରା ଜଜ୍ ( ସ୍ଵତନ୍ତ୍ର ଟ୍ରାକ କୋର୍ଟ) ଭଦ୍ରକ ସସ୍ମିତା ନନ୍ଦିନୀ ତ୍ରିପାଠୀ ଏବଂ ଭଦ୍ରକ ଓକିଲ ସଂଘର ସମସ୍ତ କର୍ମକର୍ତ୍ତା ଯୋଗ ଦେଇ କର୍ଯ୍ୟକର୍ମକୁ ସଫଳ କରାଇଥିଲେ। କାର୍ଯ୍ୟକ୍ରମରେ ଚାନ୍ଦବାଲି, ବାସୁଦେବ ପୁର ଓ ଧାମନଗରର ତାଲୁକ ଆଇନ ସେବା ପ୍ରାଧିକାର କମିଟି, ସମସ୍ତ ପେନାଲ ଓକିଲମାନେ ଯୋଗଦାନ କରିଥିଲେ ଓ ଅନ୍ୟ କେତେ ଜଣ ବ୍ୟକ୍ତିଗତ ଭାବରେ ଉପସ୍ଥିତ ହୋଇ ନପାରି ଅନଲାଇନ ମାଧ୍ୟମରେ ଯୋଗଦେଇ ତାଲିମ ପ୍ରାପ୍ତ ହୋଇଥିଲେ।