ଶିଶୁ ‌ଯୌନ ନିର୍ଯାତନା ସମ୍ପର୍କିତ କର୍ମଶାଳା

ବାଲେଶ୍ବର: ସ୍ଥାନୀୟ କଳିଙ୍ଗ ହୋଟେଲ ସମ୍ମିଳନୀ କକ୍ଷରେ ଦେଶରେ ତଥା ରାଜ୍ୟରେ ବଢ଼ି ଚାଲିଥିବା ଶିଶୁ ଯୌନ ନିର୍ଯାତନା ମାମଲାର ପରିଚାଳନା ଏବଂ ଏହାର ବିଭିନ୍ନ ଆଇନଗତ ଦିଗ ପ୍ରତି ଯତ୍ନବାନ ରହିବା ଦିଗରେ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ଥାନାରେ କାର୍ଯ୍ୟରତ ୩୦ ପୁଲିସ ଅଧିକାରୀ ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିଲେ। ବିଶେଷ କରି ପୋକ୍‌ସୋ ଏବଂ ଜେଜେ ଆକ୍ଟ୍‌ରେ ଅଭିଯୁକ୍ତ ବିରୋଧରେ କିପରି ମାମଲା ରୁଜୁ ହେବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ୱାଲର୍ଡ ଭିଜନ ଇଣ୍ଡିଆ, ପିକକ୍‌ ଏବଂ ଏନ୍‌ଏସିଜି ଇଭାକ୍‌ ‌ସଂସ୍ଥା ଆନୁକୂଲ୍ୟରେ ଅନୁଷ୍ଠିତ କର୍ମଶାଳାରେ ଅତିରିକ୍ତ ଏସ୍‌ପି ଉଦୟଭାନୁ ମିଶ୍ର ଓ ପୂର୍ବତନ ଏସ୍‌ପି କୈଳାସ ଚନ୍ଦ୍ର ପରିଡ଼ା ଉପସ୍ଥିତ ରହି ବିଭିନ୍ନ ମତ ଦେଇଥିଲେ।  ଉବାଚକ ମହାନ୍ତି କାର୍ଯ୍ୟକ୍ରମ‌ସଂଯୋଜନା କରିଥିବା ବେଳେ ସାମାଜିକ କର୍ମୀ ଯାଦବେଶ ମିଶ୍ର ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର