ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ନେଇ ସଚେତନତା ଶିବିର

ଘୁ.ଉଦୟଗିରି: ଆଜି ସାରା ଭାରତରେ ଲାଗୁ ହୋଇଛି ୩ଗୋଟି ନୂତନ ଆଇନ।୧୮୬୦ମସିହାର ବ୍ରିଟିଶ ଆଇନ ଇଣ୍ଡିଆନ ପେନାଲ କୋଡ଼ ବଦଳରେ ଭାରତୀୟ ନ୍ୟାୟ ସଂହିତା୨୦୨୩,କୋଡ଼ ଅଫ କ୍ରିମିନାଲ ପ୍ରୋସିଜିଓର୧୯୭୩ ବଦଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଇଣ୍ଡିଆନ ଏଭିଡ଼େନସ ଆକ୍ଟ ୮୭୨ବଦଳରେ ଭାରତୀୟ ସାକ୍ଷ ଅଧିନିୟମ୨୦୨୩ ଆଜି ସାରା ଭାରତ ବର୍ଷରେ ଲାଗୁ ହୋଇଯାଇଛି।
ଏହି ପରିପେକ୍ଷିରେ ଆଜି ସ୍ଥାନୀୟ ଥାନା ପରିସରରେ ଆଦର୍ଶ ଥାନା ସୌଜନ୍ୟରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ସ୍ଥାନୀୟ ଏସଡିପିଓ ବିଜୟ କୁମାର ବିଶି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୩ଗୋଟି ନୂତନ ଆଇନର ବିଭିନ୍ନ ଦିଗ ଉପରେ ଆଲୋକ ପାତ କରିବା ସହ କିଭଳି ସାଧାରଣ ଲୋକ ନୂତନ ଆଇନକୁ ଜାଣି ପାରିବେ, ବୁଝି ପାରିବେ ଏବଂ ତାର କାର୍ଯ୍ୟକାରିତା ଉପରେ ସଚେତନ ହେବେ ତା ଉପରେ ଗୁରୁତ୍ୱ ଦେଇଥିଲେ। ଏହି ନୂତନ ଆଇନରେ ବିଶେଷ କରି ପ୍ରତ୍ୟକ ପିଡୀତଙ୍କ ସୁନିଶ୍ଚିତ ନ୍ୟାୟ, ମହିଳା ଓ ଶିଶୁଙ୍କ ସୁରକ୍ଷା କୁ ପ୍ରାଧାନ୍ୟ, ତ୍ୱରିତ ନ୍ୟାୟ ପାଇଁ ସଠିକ ସମୟରେ ମାମଲାର ବିଚାର, ଅନଲାଇନ ଏଫଆଇଆର ସୁବିଧା, ଡିଜିଟାଲ ପ୍ରମାଣର ବ୍ୟବହାର, ମବ ଲିଞ୍ଚୀଙ୍ଗ ଏବଂ ସଙ୍ଗଠିତ ଅପରାଧ ଇତ୍ୟାଦି ଅପରାଧିକ ଆଇନରେ ଅନ୍ତର୍ଭୁକ୍ତ, ସ୍ପଷ୍ଟ ଓ ସ୍ୱଚ୍ଛ ଅନୁସନ୍ଧାନ ପାଇଁ ସ୍ବାକ୍ଷର ବିବୃତି ଏବଂ ଯାଞ୍ଚର ଅଡିଓ, ଭିଡ଼ିଓ ରେକର୍ଡ଼ିଂ, ଭଳି ବହୁ ସୁବିଧା ରହିଥିବା ପ୍ରକାଶ କରିଥିଲେ। ଏହାପରେ ସ୍ଥାନୀୟ ଆଇଆଇସି ଭଗବାନ ପୂଜାରୀ ଏହି ନୂତନ ଆଇନ କାର୍ଯ୍ୟକାରିତା ଏବଂ ଲୋକାଭିମୁଖୀ ପାଈଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଆଜିର ଏହି ଶିବିରରେ ପୁଲିସ ଏସାଇ ଅନନ୍ତ ପ୍ରଧାନ, ସିଏଚ କାମରାଜୁ ରେଡି, ମହିଳା ଏସାଇ ରଞ୍ଜିତା ବେହେରା, ଏଏସଆଇ ରବୀନ୍ଦ୍ର ସେଠି ଏବଂ ବଣ୍ଟି ଦଣ୍ଡିଆ ଉପସ୍ଥିତ ଥିବା ବେଳେ ଅଧ୍ୟକ୍ଷା ବ୍ଲକ ସୁଷମା ପ୍ରଧାନ, ଏନଏସି ଅଧ୍ୟକ୍ଷା ସୁଶ୍ରୀ ଦେବସ୍ମୀତା ଶତପଥୀ, ଉପାଧ୍ଯକ୍ଷ ସନ୍ତୋଷ କୁମାର ବାଘ, କାଉନସିଲର, ସରପଞ୍ଚ, ସମିତି ସଭ୍ଯ, ବରିଷ୍ଠ ନାଗରିକ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ସମାଜ ସେବୀ, ବ୍ୟବସାୟୀ, ସଚେତନ ନାଗରିକ, ଯୁବ ଗୋଷ୍ଠୀ ଙ୍କ ସହ ସମସ୍ତ ପୋଲିସ କର୍ମଚାରୀ ଉପସ୍ଥିତ ରହି ନୂତନ ଆଇନ ବିଷୟରେ ଅବଗତ ହେବା ସହ ଆଲୋଚନା ରେ ଭାଗ ନେଇଥିଲେ।
ସମ୍ବନ୍ଧିତ ଖବର