କାରାଗାରରେ ନୂଆ ଅପରାଧିକ ଆଇନ ସଂପର୍କିତ ସଚେତନତା କାର୍ଯ୍ୟକ୍ରମ

ମାଲକାନଗିରି: ବ୍ରିଟିଶ ଅମଳରୁ ଚାଲିଆସିଥିବା ଭାରତୀୟ ଦଣ୍ଡ ସଂହିତା୧୯୮୦,  କ୍ରିମିନାଲ ପ୍ରୋସିଡୁର କୋଡ ୧୯୭୩ ଏବଂ ଭାରତୀୟ ସାକ୍ଷ୍ୟ ପ୍ରମାଣ ଆଇନି ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରି ଭାରତୀୟ ନ୍ୟାୟ ସଂହିତା-୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା-୨୦୨୩ ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ -୨୦୨୩ ଗତ ୨୫ ଡିସେମ୍ବର ୨୦୨୩ରେ ରାଷ୍ଟ୍ରପତିଙ୍କ ଦ୍ଵାରା ଅନୁମୋଦନ ଲାଭ କରି ୧ ଜୁଲାଇ ୨୦୨୪ ଠାରୁ ସାରା ଭାରତରେ ଲାଗୁ ହୋଇଛି। ଏସମ୍ପର୍କରେ ଜିଲ୍ଲା କାରାଗାରରେ ଥିବା ଅନ୍ତେବାସୀଙ୍କୁ ନେଇ ଜିଲ୍ଲା କାରାଗାରର ଅଧିକ୍ଷକ ଦିଲୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ଗୋବିନ୍ଦ ଚନ୍ଦ୍ର ପ।ତ୍ର, ଅଧ୍ୟାପକ ଡକ୍ଟର ରଞ୍ଜନ କୁମାର ସ୍ୱାଇଁ, ବରିଷ୍ଠ ଆଇ ଆଇନଜୀବୀ ତଥା ପ୍ରମୁଖ ଆଇନସେବା ପ୍ରତିପକ୍ଷ ପରାମର୍ଶଦାତା ଅଶୋକ କୁମାର ପଟ୍ଟନାୟକ, ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ଅଇନୀ ଅଧିକାରୀ ସତ୍ୟଜିତ ପଣ୍ଡା, ସମାଜସେବୀ ତଥା ଶିକ୍ଷାବିତ୍ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ,ଜିଲ୍ଲା କାରାଗାରର ଅତିରିକ୍ତ ଅଧିକ୍ଷକ ଦିଲ୍ଲୀପ କୁମାର ବେହେରା, ରାମଚନ୍ଦ୍ର ସାହୁଙ୍କ ସହ କାରାଗାରର ସମସ୍ତ କର୍ମକର୍ତ୍ତା ୨୦୦ରୁ ଅଧିକ ଅନ୍ତେବାସୀ ଯୋଗଦାନ କରିଥିଲେ।ସମସ୍ତ ବକ୍ତା ସେମାନଙ୍କ ଅଭିଭାଷଣରେ ନୂତନ ଆଇନ ଉପରେ ସାରଗର୍ଭକ ଭାବେ ବୁଝାଇ ନିଜକୁ ସଂଶୋଧିତ କରି ଏକ ଭଲ ନାଗରିକ ହୋଇ ଦେଶ ଗଠନରେ ବ୍ରତୀ ହେବା ସହ ନିଜ ପରିବାରକୁ ସୁଖ ସମୃଦ୍ଧ ସହ ପରିବାର ସଦସ୍ୟଙ୍କ ଉନ୍ନତି ପାଇଁ କାର୍ଯ କରିବାକୁ ପରାମର୍ଶ ଦେଇଥିଲେ।

ଆଇନଜୀବୀ ଅଶୋକ କୁମାର ପଟ୍ଟନାୟକ ପୁରୁଣା ଆଇନ ଓ ନୂତନ ଆଇନର ତୁଳନାତ୍ମକ ପ୍ରାବଧାନମାନଙ୍କ ଉପରେ ବିସ୍ତୃତ ଭାବେ ବୁଝାଇ ନୂତନ ଅଇନ କିପରି ତ୍ୱରିତ ନ୍ୟାୟ ଦେବାରେ ସକ୍ଷମ ହୋଇପାରିବ ସେ ସମ୍ପର୍କରେ ପ୍ରାଞ୍ଜଳ ଭାବେ ବୁଝାଇ ଏହା କିପରି ନାଗରିକ ସପକ୍ଷ ଆଇନ ଭାବେ କାର୍ଯ କରି ଦେଶରୁ ଅପରାଧ କମାଇବାରେ ସକ୍ଷମ ହୋଇପାରିବ ସେ ସଂପର୍କରେ କହିଥିଲେ।ସେହିପରି ବରିଷ୍ଠ ଆଇନଜୀବୀ ଗୋବିନ୍ଦ ପାତ୍ର ନୁଆ ଓ ପୁରୁଣା ଆଇନ ସମ୍ପର୍କରେ ବୁଝାଇବା ସହ ସଂସ୍କାରିତ ହୋଇ ଭଲ ମଣିଷ ଭାବେ ଜୀବନ ବିତାଇବାକୁ ଅନ୍ତେବାସୀଙ୍କୁ ବୁଝାଇ ଥିଲେ। ସମସ୍ତ ଅତିଥିଙ୍କୁ ଉପଢୌକନ ଦେଇ କାରାଗାର ତରଫରୁ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧିତ ଖବର