ବିଶ୍ୱ ଯକ୍ଷ୍ମା ଦିବସ ଉପଲକ୍ଷେ କର୍ମଶାଳା

ଖୋର୍ଦ୍ଧା: ଗୁରୁବାର ବିଶ୍ବ ଯକ୍ଷ୍ମା ଦିବସ ଅବସରରେ ଭୁବନେଶ୍ୱର ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହଯୋଗ, ଏନ୍ଟିଇପି ଖୋର୍ଦ୍ଧା ଓ ପରିବେଶ ସୁରକ୍ଷା ଅଭିଯାନର ମିଳିତ ଆନୁକୂଲ୍ୟରେ ମଳିପଡ଼ା ଠାରେ ଏକ କର୍ମଶାଳାର ଆୟୋଜନ କରାଯାଇଛି।

ସ୍ଥାନୀୟ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏନ୍‌ଟିଏସ୍ ଖୋର୍ଦ୍ଧା ପ୍ରକାଶ ଚନ୍ଦ୍ର ଚମ୍ପତିରାୟ ସ୍ୱାଗତ ଭାଷଣ ଦେଇଥିଲେ । ସହଯୋଗ ଅନୁଷ୍ଠାନର ସମ୍ପାଦିକା ବିଜୟଲକ୍ଷ୍ମୀ ରାଉତରାୟ ଯକ୍ଷ୍ମା ରୋଗର ସଚେତନତା ଓ ପ୍ରତିକାର ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଭାବେ ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ତୁଷାରକାନ୍ତି ରାୟ ଓ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯକ୍ଷ୍ମା ରୋଗ ନିରାକରଣ ବିଭାଗର ଅଧିକାରୀ ଡା ସୁବ୍ରତ ତ୍ରିପାଠୀ ପ୍ରମୁଖ ଯକ୍ଷ୍ମା ରୋଗ ର କାରଣ ଓ ନିରାକରଣ ସମ୍ପର୍କରେ କହିବା ସହ ଏଥିପାଇଁ ଥିବା କେନ୍ଦ୍ର ସରକାରଙ୍କ ଯୋଜନା ବିଷୟରେ ବ୍ୟାଖ୍ୟା କରିଥିଲେ।

ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ମନୋରଂଜନ ପାତ୍ର, ଜିଲ୍ଲା ଟିବି ଓ ଏଚ୍ଆଇଭି ସଂଯୋଜକ ଉମାକାନ୍ତ ପଣ୍ଡା, ପରିବେଶ ସୁରକ୍ଷା ଅଭିଯାନର ସଭାପତି ଡ ପ୍ରଦୀପ ରଥ ପ୍ରମୁଖ ଯୋଗ ଦେଇ ଯକ୍ଷ୍ମା ଭଳି ରୋଗର ନିରାକରଣ ପାଇଁ ପରିବେଶର ସୁରକ୍ଷା, ବୃକ୍ଷରୋପଣ, ପ୍ରଦୂଷଣର ହ୍ରାସ ଆଦି ପ୍ରତି ସାମାଜିକ ଦାୟିତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମକୁ ନମିତା ମହାପାତ୍ର, ଆରୋଗ୍ୟ କେନ୍ଦ୍ରର ଋଚିରଂଜନ କର, କାହ୍ନୁ ଚରଣ ନାୟକ, ରୀତା ପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।

ସମ୍ବନ୍ଧିତ ଖବର