ଭବାନୀପାଟଣା : ଭବାନୀପାଟଣା ସଦର ବ୍ଲକ କାର୍ଯ୍ୟାଳୟ ସଭାଗୃହ ଠାରେ ଗତ ଦୁଇଦିନ ଧରି କ୍ଷୁଦ୍ର ଶସ୍ୟକୁ ରାଜ୍ୟ ପୃଷ୍ଟି ଓ ପୋଷଣରେ ଅନ୍ତର୍ଭୁକ୍ତ ପାଇଁ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏନଜିଓ ଦାପ୍ତା ତରଫରୁ ଆୟୋଜିତ କର୍ମଶାଳାକୁ ଭବାନୀପାଟଣା ବିଡିଓ ପ୍ରିତା କୁମାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେଭବାନୀପାଟଣା ବିଇଓ ଜଗନ୍ନାଥ ପୁରୋହିତ, ଏଏଓ ଖୋଳନ୍ କଉଁର, ଏବିଡିଓ ଶ୍ରୀଧର ପଣ୍ଡା, ଏବିଇଓ ଠାକୁର ଚନ୍ଦ୍ର ସାହୁ, ଆଇସିଡିଏସ ସୁପର ଭାଇଜର କେ ଉଷା, ଡ଼ବ୍ଲୁଇଓ ଖଗେଶ୍ବର ରଣା, ବିପିଏମ ପଙ୍କଜିନି ଝରାସିଆ, ଏସଓ ଧ୍ରୁବଚରଣ ମହନ୍ତ, ଦାପ୍ତାର ସମ୍ପାଦ ରାଜୁ ଶର୍ମା ପ୍ରମୁଖ ଯୋଗଦେଇଥିଲେ ।

Advertisment

କ୍ଷୁଦ୍ର ଶସ୍ୟ କାଙ୍ଗୁ, କୋଷଲା, ସୁଆଁ, ମାଣ୍ଡିଆ ରେ ଅଧିକ ପୃଷ୍ଟିକର ଅଛି। ଏହାକୁ କିପରି ରାଜ୍ୟ ପୃଷ୍ଟି ଓ ପୋଷଣ ରେ ଅନ୍ତର୍ଭୁକ୍ତ କରାଯାଇ ମଧ୍ୟାହ୍ନ ଭୋଜନ ଓ ସାଧାରଣ ବଣ୍ଟନ ଖାଦ୍ୟ ଦ୍ଵାରା ବଣ୍ଟନ କରାଗଲେ ଶରୀର ରେ ଅଧିକ ମାତ୍ରାରେ ପ୍ରୁଷ୍ଟିକର ଯୋଗାଇ ହେବ ବୋଲି ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଭବାନୀପାଟଣା କୃଷି ଜିଲା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ପରିଚାଳନା କରିଥିଲେ। ୱାଶନ୍, ଏନସିଡିଏସ ଓ ଆତ୍ମା ସହଯୋଗ ରେ କାର୍ଯକ୍ରମ ହୋଇଥିଲା। ଶ୍ରୀମୁଖ ପାନ୍ ଧନ୍ୟବାଦ୍ ଅର୍ପଣ କରିଥିଲେ। ଆଶିଷ ମହାନ୍ତି ସହଯୋଗ କରିଥିଲେ ।